୪୦ ବର୍ଷରେ ବଲିଉଡ୍‌ ଅଭିନେତା ଇମ୍ରାନ୍‌ ହାସ୍‌ମୀ

Published: Mar 24, 2019, 2:41 pm IST
40 @ emran hasmi

ବଲିଉଡ୍‌ର କିସିଂ ଷ୍ଟାର ଇମରାନ୍‌ ହାସ୍‌ମୀ ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌ରେ କିସିଂ ଏବଂ ଲିପ୍‌ଲକ୍‌ ଟ୍ରେଣ୍ଡ୍‌ ଆରମ୍ଭ କରି ଦର୍ଶକଙ୍କର ପ୍ରଥମ ପସନ୍ଦର ହିରୋ ପାଲଟି ଯାଇଥିଲେ। ଇଣ୍ଡଷ୍ଟ୍ରିରେ ରୋମାଣ୍ଟିକ୍‌ ହିରୋର ଏକ ଅନନ୍ୟ ପରିଚୟ ହାସଲ କରିଛନ୍ତି ଏହି ଅଭିନେତା ଜଣକ । ୨୦୦୨ ମସିହାରେ ହରର୍‌ ଫିଲ୍ମ ‘ରାଜ୍‌’ରେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୦୪ ମସିହାରେ ‘ମର୍ଡର’ ଫିଲ୍ମ ଜରିଆରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ଏହି ଅଭିନେତା ଜଣକ । ‘ଜହର୍‌’, ’ଆଶିକି ବନାୟା ଆପ୍‌ନେ’, ‘ଗଙ୍ଗଷ୍ଟାର୍‌’ ‘ଆଓ୍ବାରାପନ୍‌’, ‘ଜନ୍ନତ’, ‘ରାଜ-ଦି ମିଷ୍ଟ୍ରିଅସ୍‌ କଣ୍ଟିନ୍ୟୁଜ୍‌’,, ‘ଦ ଡାର୍ଟି ପିକ୍‌ଚର୍‌’, ‘ମର୍ଡର୨‘, ‘ଦିଲ୍‌ ତୋ ବଚ୍ଚା ହୈ ଜୀ’, ‘ଜନ୍ନତ୨’, ‘ଏକ୍‌ ଥୀ ଡାଏନ୍‌’, ‘ସାଂଘାଇ’, ‘ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’, ‘ଅଜହର୍‌’ ‘ରାଜ ରିବୁଟ୍‌’, ‘ହମାରୀ ଅଧୁରୀ କାହାନୀ’ ‘ବାଦ୍‌ଶାହୋ ‘ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ସଫଳତା ହାସଲ କରିଥିଲେ ଇମ୍ରାନ୍‌ ।   ଚଳିତ ବର୍ଷ ତାଙ୍କ ଅଭିନୀତ ‘ଓ୍ବାୟେ ଚିଟ୍‌ ଇଣ୍ଡିଆ’ ପରଦାକୁ ଆସିଥିଲା । ଏଥିରେ ସେ ଜଣେ ଶିକ୍ଷା ଦଲାଲ୍‌ ଭାବେ ନଜର ଆସିଥିଲେ । ବଲିଉଡ୍‌ରେ ଇମ୍ରାନ୍‌ ତାଙ୍କ ଅପୋଜିଟ୍‌ରେ ଥିବା ହିରୋଇନ୍‌ଙ୍କ ସହିତ ଅତି ଅନ୍ତରଙ୍ଗ ସିନ୍‌ କରିଥିଲେ ମଧ୍ୟ କୌଣସିଙ୍କ ସହିତ ଆଫେୟାର୍ସ ନ ଥିବା ନେଇ ଚର୍ଚ୍ଚା ହୋଇଥାଏ। ସ୍ତ୍ରୀ ଓ ପୁଅ ସହିତ ଖୁସିରେ ସମୟ ବିତାଇବାକୁ ବହୁତ ପସନ୍ଦ କରିଥା’ନ୍ତି ଏହି ଅଭିନେତା ଜଣକ ।

Related posts