Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୁଣା ଦଶଟଙ୍କିଆ ନୋଟ୍‌ ଯୋଗୁଁ ଆପଣ ହୋଇପାରିବେ ମାଲେମାଲ୍‌, କିପରି ଜାଣନ୍ତୁ
ଆଜିର ଖବର

ପୁରୁଣା ଦଶଟଙ୍କିଆ ନୋଟ୍‌ ଯୋଗୁଁ ଆପଣ ହୋଇପାରିବେ ମାଲେମାଲ୍‌, କିପରି ଜାଣନ୍ତୁ

October 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଯଦି ପୁରୁଣା ଦଶ ଟଙ୍କିଆ ନୋଟ୍‌ ଅଛି ତେବେ ଆପଣ ମାଲେମାଲ୍‌ ହୋଇଯିବେ। ଆପଣ ଗୋଟିଏ ପୁରୁଣା ଦଶଟଙ୍କିଆ ନୋଟ୍‌ରୁ ୨୦ ରୁ ୨୫ ହଜାର ଟଙ୍କା ପାଇପାରିବେ।

ବ୍ରିଟିଶ୍‌ ଇଣ୍ଡିଆ ସମୟରେ ଏପରି କିଛି ନୋଟ୍‌ ଚାଲୁଥିଲା ଯାହା ସମୟରେ ଏବେ ବି ବହୁ ଲୋକେ ଜାଣିନାହାନ୍ତି। ଏହି ସମସ୍ତ ନୋଟ୍‌ ସେହି ସମୟରେ ବହୁ ପ୍ରଚଳନ ହେଉଥିଲା। କିନ୍ତୁ ସେହି ନୋଟ୍‌ ବଦଳରେ ନୂଆ ଷ୍ଟାଇଲିସ୍‌ ନୋଟ୍‌ ଆସିଗଲା। ଏହା ମଧ୍ୟରେ ୧୦ ଟଙ୍କିଆ ନୋଟ୍‌ ଅନ୍ୟତମ। ଏହି ନୋଟ୍‌ରେ ଗୋଟିଏ ପଟରେ ଅଶୋକ ସ୍ତମ୍ବ ରହିଛି। ସିଂହର ତିନି ମୁହଁ ଥିବା ଏହି ୧୦ ଟଙ୍କିଆ ନୋଟ୍‌କୁ କିଛି ବର୍ଷ ପୂର୍ବରୁ ବେଶ୍‌ ଚାଲିଥିଲା। ଏହି ନୋଟ୍‌ରେ ସିଡିଦେଶମୁଖଙ୍କ ଦସ୍ତଖତ ରହିଥିଲା। ସିଡି ଦେଶମୁଖଙ୍କୁ ୧୯୪୩ ମସିହାରେ ବ୍ରିଟିଶର୍ସମାନେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗର୍ଭର୍ଣ୍ଣର ରୂପେ ନିଯୁକ୍ତ କରିଥିଲେ।

ଏହି ୧୦ ଟଙ୍କିଆ ନୋଟ୍‌ରେ ପଛ ପଟରେ ଏକ ଡଙ୍ଗାର ଚିତ୍ର ରହିଥିଲା। ଏହା ସହିତ ଏହି ନୋଟର ଉଭୟ ପାର୍ଶ୍ବରେ ଇଂରାଜୀରେ ୧୦ ଲେଖା ହୋଇଥାଏ। ଆଜିର ସମୟରେ ଏହା ଏକ ଦୁର୍ଲଭ ନୋଟ୍‌।

ଯଦି ଆପଣଙ୍କ ପାଖରେ ଏହି ନୋଟ୍‌ଟି ଅଛି ,ତେବେ ଏହା ବଦଳରେ ଆପଣ ୨୦ ହଜାରରୁ ୨୫ ହଜାର ଟଙ୍କା କମାଇପାରିବେ। ତେବେ ଏହି ନୋଟ୍‌କୁ ବିକ୍ରି କରିବାକୁ ଆପଣଙ୍କୁ କୁଆଡେ ଯିବାକୁ ପଡିବ ନାହିଁ। ଏହା ଆପଣ ଘରେ ରହି ଅନଲାଇନ୍‌ ମାଧ୍ୟମରେ ବିକ୍ରି କରିପାରିବେ। ଏକ ୧୦ ଟଙ୍କିଆ ନୋଟ୍‌ ବଦଳରେ ଆପଣଙ୍କୁ ୨୦ ରୁ ୨୫ ହଜାର ଟଙ୍କା ମିଳିପାରିବ।

ଆପଣ ଏହାକୁ ଇଣ୍ଡିଆମାର୍ଟ, ସପ୍‌କୁଲଜ୍‌ ଓ ମରୁଧର ଆର୍ଟସ୍‌ର ଓ୍ବେବସାଇଟ୍‌ରେ ବିକ୍ରି ପାରିବେ। କଏନ ବଜାର ଡଟ କମ୍‌ ଦ୍ବାରା ଆପଣଙ୍କୁ ଏହି ନୋଟ୍‌ ବଦଳରେ ୨୫ ହଜାର ଟଙ୍କା ମିଳିପାରିବ। ତେବେ ନୋଟ୍‌ର ଅବସ୍ଥା ଦେଖି ଏହାର ମୂଲ୍ୟ ନିର୍ଦ୍ଧାରଣ କରିବ। ଯଦି ଏହି ନୋଟ୍‌ଟି ଫାଟି ଯାଇଥିବେ ତେବେ ଆପଣଙ୍କୁ କମ୍‌ ରକମ ମିଳିବ।

ସେହିପରି ପୁରୁଣାକାଳରେ ଚାଲୁଥିବା ୧୦ ଟଙ୍କା ନୋଟ୍ ବଦଳରେ ଆପଣଙ୍କୁ ୧୩ ରୁ ୧୪ ହଜାର ଟଙ୍କା ମିଳି ପାରିବ। ଅନଲାଇନ୍‌ରେ ଏହି ନୋଟ୍‌ରେ ବହୁତ ଚାହିଦା ରହିଛି।

ଯଦି ଆପଣଙ୍କ ପାଖରେ ଏପରି ନୋଟ୍‌ କିଛି ରହିଛି ,ତେବେ ଏହାକୁ ଅନଲାଇନ୍‌ ସାଇଟ୍‌କୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ। ଏହାପରେ ଆପଣ ସେଲର୍‌ ହୋଇଯିବେ। ଏହାର ଫଟୋ ସହିତ ମୂଲ୍ୟକୁ ସେଲ୍‌ରେ ଲଗାଇ ଦିଅନ୍ତୁ।

ଭାରତରେ ଏବେ ଡିଜିଟାଲ୍‌ର ସମୟ ଚାଲିଛି। ପଇସା ଦେଣନେଣ ଏବେ ଅନଲାଇନ୍‌ରେ ହେଉଛି। ପାଖରେ କ୍ୟାସ୍‌ ରଖିବାକୁ ଆଜିକାଲି ଆଉ କେହି ସୁରକ୍ଷିତ ମଣୁ ନାହାନ୍ତି। ଯେବେଠୁ ଭାରତ କ୍ୟାସଲେସ୍‌ ଆଡକୁ ଅଗ୍ରଗତି କଲାଣି, ସେବେଠାରୁ ଲୋକେ ନୋଟ୍‌ରେ ମଧ୍ୟ କମ୍‌ ଆଗ୍ରହ ଦେଖାଉଛନ୍ତି। ନୂଆ ୫୦୦ ଟଙ୍କିଆ ଓ ଦୁଇହଜାର ଟଙ୍କିଆ ତ ଏବେ ସମସ୍ତଙ୍କ ପାଖରେ ରହିଛି। କିନ୍ତୁ ଆଉ ପୁରୁଣା ନୋଟ୍‌ ସବୁ ନାହିଁ। ଆଗରୁ କିଛି କିଛି ନୋଟ୍‌କୁ ବହୁ ଦିନ ପର୍ଯ୍ୟନ୍ତ ସାଇତି ରଖୁଥିଲେ। କିନ୍ତୁ ବିମୁଦ୍ରାକରଣ ହେବା ପରଠାରୁ ଲୋକଙ୍କର ନୋଟ୍‌ ସବୁକୁ ସାଇତି ରଖିବାର ନିଶା ଉତ୍ତୁରି ଯାଇଛି। ଭାରତରେ ଯଦିଓ ଅନଲାଇନ୍‌ ଦେଣନେଣ ବ୍ୟାପକ ହୋଇଛି। କିନ୍ତୁ ଆଜି ବି ଭାରତ ପୂରାପୂରି କ୍ୟାସ୍‌ଲେସ୍‌ ହୋଇନାହିଁ। ତେବେ କିଛି କିଛି ଲୋକଙ୍କ ପାଖରେ ପୁରୁଣା ଯୁଗର ମୁଦ୍ରା, ନୋଟ୍‌ ଆଦି ରହିଛି।(ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.