କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂ ଆସନ୍ତା ଲୋକସଭା ନିର୍ବାଚନରେ ଭୋପାଳରୁ ପ୍ରତିଦ୍ବନ୍ଦିତା କରିବେ । ବିଜେପି ପକ୍ଷରୁ ସାଧ୍ବୀ ପ୍ରଜ୍ଞା ଶ୍ରୀ ସିଂଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରନ୍ତି ବୋଲି ଆଲୋଚନା ଚାଲିଛି । ୧୯୯୩ରୁ ୨୦୦୩ ମଧ୍ୟରେ ୨ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିବା ଶ୍ରୀ ସିଂ ବର୍ତ୍ତମାନ କେନ୍ଦ୍ରୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ରାହୁଲ ଗାନ୍ଧୀଙ୍କ ମେଣ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୮ ମାଲେଗାଓଁ ବିସ୍ଫାେରଣରେ ଗିରଫ ହୋଇ ପରେ ମାମଲାରୁ ମୁକ୍ତ ହାେଇଥିବା ସାଧ୍ବୀ ପ୍ରଜ୍ଞା ନିଜ ନିଜ ନିର୍ବାଚନୀ ଖବରକୁ ସ୍ବୀକାର କରିନଥିଲେ ମଧ୍ୟ ସମ୍ଭାବନାକୁ ସ୍ବୀକାର କରିଥିଲେ । ଏନେଇ ଭାେପାଳ ବିଜେପି ପକ୍ଷରୁ ପ୍ରସ୍ତାବ ମିଳିନାହିଁ ବୋଲି ସାଧ୍ବୀ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ଆସନ ଦୀର୍ଘ ବର୍ଷ ଧରି ବିଜେପି ଅଧୀନରେ ରହିଥିଲା । ୧୯୮୯ ପର୍ଯ୍ୟନ୍ତ ଏହି ଆସନରେ ବିଜେପି ଲଗାତାର ୮ଥର ବିଜୟ ହାସଲ କରିଥିଲା । ଭାେପାଳ ବ୍ୟତୀତ ଅନ୍ୟାନ୍ୟ ନିର୍ବାଚନମଣ୍ଡଳୀ ମଧ୍ୟ କଂଗ୍ରେସର ଫୋକସରେ ରହିବ । ଇନ୍ଦାେର, ଭିଣ୍ଡ, ଭିଦିଶା ଏବଂ ଡାମୋସ ଏହି ଆସନ ସର୍ବଦା ବିଜେପି ସପକ୍ଷରେ ରହୁଥିବା ବେଳେ ଏହି ଆସନ ଗୁଡିକ ଉପରେ ନଜର ରହିବ । ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶର ୨୯ ଆସନରୁ କଂଗ୍ରେସ ମାତ୍ର୨ଟି ଆସନ ହାସଲ ଜିତିବାରେ ସକ୍ଷମ ହୋଇଥିଲା । ତେବେ ଦିଗବିଜୟଙ୍କ ବିପକ୍ଷରେ ପ୍ରାର୍ଥୀତ୍ବକୁ ନେଇ ସାଧ୍ବୀ ପ୍ରଜ୍ଞା କହିଛନ୍ତି ଯେ, ତାଙ୍କର କାହା ସହିତ ବ୍ୟକ୍ତିଗତ ଶତ୍ରୁତା ନାହିଁ, ମାତ୍ର ଦେଶର ହିତ ପାଇଁ ଆବଶ୍ୟକ ପଡିଲେ ଦିଗ୍ବିଜୟଙ୍କ ସହ ମୁକାବିଲା କରିବେ ।
ଦିଗ୍ବିଜୟଙ୍କ ବିପକ୍ଷରେ ଲଢିପାରନ୍ତି ସାଧ୍ବୀ ପ୍ରଜ୍ଞା
Published:
Mar 24, 2019, 4:17 pm IST
Tags: