Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଗ୍‌ବିଜୟଙ୍କ ବିପକ୍ଷରେ ଲଢିପାରନ୍ତି ସାଧ୍ବୀ ପ୍ରଜ୍ଞା
ଆଜିର ଖବର

ଦିଗ୍‌ବିଜୟଙ୍କ ବିପକ୍ଷରେ ଲଢିପାରନ୍ତି ସାଧ୍ବୀ ପ୍ରଜ୍ଞା

March 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
swadhi pragnya against digbijaya singh in bhopal
swadhi pragnya against digbijaya singh in bhopal

କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ ଆସନ୍ତା ଲୋକସଭା ନିର୍ବାଚନରେ ଭୋପାଳରୁ ପ୍ରତିଦ୍ବନ୍ଦିତା କରିବେ । ବିଜେପି ପକ୍ଷରୁ ସାଧ୍ବୀ ପ୍ରଜ୍ଞା ଶ୍ରୀ ସିଂଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରନ୍ତି ବୋଲି ଆଲୋଚନା ଚାଲିଛି । ୧୯୯୩ରୁ ୨୦୦୩ ମଧ୍ୟରେ ୨ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିବା ଶ୍ରୀ ସିଂ ବର୍ତ୍ତମାନ କେନ୍ଦ୍ରୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ରାହୁଲ ଗାନ୍ଧୀଙ୍କ ମେଣ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୮ ମାଲେଗାଓଁ ବିସ୍ଫାେରଣରେ ଗିରଫ ହୋଇ ପରେ ମାମଲାରୁ ମୁକ୍ତ ହାେଇଥିବା ସାଧ୍ବୀ ପ୍ରଜ୍ଞା ନିଜ ନିଜ ନିର୍ବାଚନୀ ଖବରକୁ ସ୍ବୀକାର କରିନଥିଲେ ମଧ୍ୟ ସମ୍ଭାବନାକୁ ସ୍ବୀକାର କରିଥିଲେ । ଏନେଇ ଭାେପାଳ ବିଜେପି ପକ୍ଷରୁ ପ୍ରସ୍ତାବ ମିଳିନାହିଁ ବୋଲି ସାଧ୍ବୀ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ଆସନ ଦୀର୍ଘ ବର୍ଷ ଧରି ବିଜେପି ଅଧୀନରେ ରହିଥିଲା । ୧୯୮୯ ପର୍ଯ୍ୟନ୍ତ ଏହି ଆସନରେ ବିଜେପି ଲଗାତାର ୮ଥର ବିଜୟ ହାସଲ କରିଥିଲା । ଭାେପାଳ ବ୍ୟତୀତ ଅନ୍ୟାନ୍ୟ ନିର୍ବାଚନମଣ୍ଡଳୀ ମଧ୍ୟ   କଂଗ୍ରେସର ଫୋକସରେ ରହିବ । ଇନ୍ଦାେର, ଭିଣ୍ଡ, ଭିଦିଶା ଏବଂ ଡାମୋସ ଏହି ଆସନ ସର୍ବଦା ବିଜେପି ସପକ୍ଷରେ ରହୁଥିବା ବେଳେ ଏହି ଆସନ ଗୁଡିକ ଉପରେ ନଜର ରହିବ । ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶର ୨୯ ଆସନରୁ  କଂଗ୍ରେସ ମାତ୍ର୨ଟି ଆସନ ହାସଲ ଜିତିବାରେ ସକ୍ଷମ ହୋଇଥିଲା । ତେବେ ଦିଗବିଜୟଙ୍କ ବିପକ୍ଷରେ ପ୍ରାର୍ଥୀତ୍ବକୁ ନେଇ  ସାଧ୍ବୀ ପ୍ରଜ୍ଞା କହିଛନ୍ତି ଯେ, ତାଙ୍କର କାହା ସହିତ ବ୍ୟକ୍ତିଗତ ଶତ୍ରୁତା ନାହିଁ, ମାତ୍ର ଦେଶର ହିତ ପାଇଁ ଆବଶ୍ୟକ ପଡିଲେ ଦିଗ୍‌ବିଜୟଙ୍କ ସହ ମୁକାବିଲା କରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026

ମୁନିଗୁଡାଠାରେ ‘ସମ୍ପୂର୍ଣ୍ଣତା ଅଭିଯାନ ୨.୦ ଉଦ୍ଘାଟିତ

February 6, 2026

ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

February 6, 2026
Latest News

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026

ଏକ ହିନ୍ଦୀ ଫିଚର ଫିଲ୍ମ ପ୍ରିମିୟର ଦେଖି ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ, କଲେ ଟାକ୍ସ ଫ୍ରି ଘୋଷଣା

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.