Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଲକାତାର ଦୁର୍ଗା ମଣ୍ଡପକୁ ନେଇ ଚର୍ଚ୍ଚା : ପାରମ୍ପରିକ ପ୍ରତିମୂର୍ତ୍ତି ସ୍ଥାନରେ ରହିଛି ଭିନ୍ନ ଏକ ପ୍ରତିମୂର୍ତ୍ତି
ଆଜିର ଖବର

କୋଲକାତାର ଦୁର୍ଗା ମଣ୍ଡପକୁ ନେଇ ଚର୍ଚ୍ଚା : ପାରମ୍ପରିକ ପ୍ରତିମୂର୍ତ୍ତି ସ୍ଥାନରେ ରହିଛି ଭିନ୍ନ ଏକ ପ୍ରତିମୂର୍ତ୍ତି

October 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଲକାତା : ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି ।  ମା’ ଜଗଜ୍ଜନନୀ ଦୁର୍ଗା ଆଉ କିଛି ଦିନ ମଧ୍ୟରେ ଧରାବତରଣ କରିବେ । ତାଙ୍କ ଆଗମନ ପାଇଁ ଚାରିଆଡେ ଚାଲିଛି ପ୍ରସ୍ତୁତି । ତେବେ କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର ଦୁର୍ଗାପୂଜା ଉତ୍ସବ ପାଳନ କରାଯାଉଥିବାବେଳେ ମା’ଙ୍କ ଆରାଧାନ ପାଇଁ ପ୍ରସ୍ତୁତି ଉତ୍ସାହଜନକ ରହିଛି।

ପଶ୍ଚିମବଙ୍ଗରେ ମଧ୍ୟ ଦୁର୍ଗାପୂଜାର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । କରୋନାକୁ ଆଖି ଆଗରେ ରଖି ଯଦିଓ ଚଳିତ ଥର ଭବ୍ୟ ସମାରୋହ କରାଯାଉନାହିଁ । ମଣ୍ଡପ ଗୁଡିକରେ ମାତା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଏବେ ଶେଷ ପର୍ଯ୍ୟାୟରେ । ଏହାମଧ୍ୟରେ କୋଲକାତାର ଏକ ମଣ୍ଡପ ଏବେ ବେଶ୍‌ ଚର୍ଚ୍ଚାକୁ ଆସିଛି। ଏହି ମଣ୍ଡପରେ ଚଳିତ ଥର ମାତା ଦୁର୍ଗାଙ୍କ ପାରମ୍ପରିକ ପ୍ରତିମୂର୍ତ୍ତି  ସ୍ଥାନରେ ଜଣେ ମହିଳା ପ୍ରବାସୀ ଶ୍ରମିକଙ୍କ ପ୍ରତିକୃତି ସ୍ଥାପନ ହୋଇଛି । ସେହିପରି  ମହିଷାସୁର ଓ ପାର୍ଶ୍ୱ ଦେବୀଦେବତାଙ୍କ  ପ୍ରତୀକାତ୍ମକ ରୂପ ପ୍ରଦର୍ଶନ କରାଯାଇଛି । ଏହି ମଣ୍ଡପରେ ଜଣେ ପ୍ରବାସୀ ମହିଳାଙ୍କ ସଂଘର୍ଷକୁ ଦର୍ଶାଯାଇଛି ।  ଦୁର୍ଗାଙ୍କ ସ୍ଥାନରେ ଜଣେ ପ୍ରବାସୀ ମହିଳା ଶ୍ରମିକା ରହିଥିବାବେଳେ ଲକ୍ଷ୍ମୀ ଓ ସରସ୍ବତୀଙ୍କ ସ୍ଥାନରେ ରହିଛନ୍ତି ତାଙ୍କ ସହିତ ରହିଛନ୍ତି କୁନି କୁନି ଛୁଆ । ସେମାନଙ୍କ ପାଖରେ  ଲକ୍ଷ୍ମୀ ସରସ୍ବତୀଙ୍କ ବାହନ ପେଚା ଓ ହଂସ ରହିଛନ୍ତି । ସେହିପରି ଗଣେଶ ପ୍ରଭୁଙ୍କସାଂକେତିକ ରୂପ ରହିଥିବାବେଳେ ମାତା ଦୁର୍ଗାଙ୍କ 10 ହସ୍ତ ରହିଛି । ବିପଦ ସମୟରେ ଧେର୍ଯ୍ୟର ସହିତ ଆଗକୁ ବଢିବାର ବାର୍ତ୍ତା ଦେଉଛି । ଏହି ମଣ୍ଡପର ନାଁ ହେଉଛି ବାରୀଶା କ୍ଲବ । ଏହି କ୍ଲବର ଚଳିତ ଥରର ଥିମ୍‌ ରହିଛି ‘ରିଲିଫ୍‌’ । ଏହାକୁ ଦୃଷ୍ଟିରେ ରଖି ଏକ ଭିନ୍ନ ଧରଣର ପ୍ରତିକୃତ୍ତି ନିର୍ମାଣ କରାଯାଇଛି ।

ଏହି ଅନନ୍ୟ ପ୍ରତିକୃତ୍ତିକୁ ନିର୍ମାଣ କରିଛନ୍ତି ରିଣ୍ଟୁ ଦାସ । ରିଣ୍ଟୁଙ୍କ କହିବାନୁସାରେ, ଲକଡାଉନ ବେଳେ ସେ ଜଣେ ନିଃସହାୟ ପ୍ରବାସୀ ମହିଳା ଶ୍ରମିକଙ୍କୁ ଦେଖିଥିଲେ। କୌଣସି ଲୋକଙ୍କ ବିନା ସାହାଯ୍ୟରେ ସେ ନିଜ ଚାରୋଟି ସନ୍ତାନକୁ ନେଇ ଚାଲିଚାଲି ଘରକୁ ଯାଉଥିଲେ। ମହିଳାଙ୍କ ସେତେବେଳର ସେହି ସଙ୍ଘର୍ଷମୟ ଦୃଶ୍ୟଟି ତାଙ୍କ ଆଖିରେ ଲୁହ ଭରିଦେଇଥିଲା। ଯାହାକୁ ଆଜି ସେ ନିଜ କାରିଗରୀ ମାଧ୍ୟମରେ ବିଶ୍ୱବାସୀଙ୍କ ନିକଟରେ ଉପସ୍ଥାପନା କରିଛନ୍ତି।

ତେବେ ଏହି ଦୁର୍ଗା ମୂର୍ତ୍ତିକୁ ଦେଖିଲେ ଯେ କେହି କହିବେ ଯେ, ଦୁର୍ଗା କେବଳ ଗୋଟିଏ ମୂର୍ତ୍ତିରେ ପରିବେଶିତ ନୁହେଁ, ତାଙ୍କର ଅନେକ ରୂପ । ପ୍ରତ୍ୟେକ ନାରୀ ଜଣେ ଜଣେ ଦୁର୍ଗା । ଦୁର୍ଗା ହେଉଛନ୍ତି ପ୍ରେରଣା, ଧେର୍ଯ୍ୟ, ଶକ୍ତି ଓ ନ୍ୟାୟ ପ୍ରତୀକ । (ଏଜେନ୍ସି)

differenttypesofstatues West Bengal
Share. Facebook Twitter LinkedIn Email WhatsApp Copy Link

Related Posts

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Latest News

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.