Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଲକାତାର ଦୁର୍ଗା ମଣ୍ଡପକୁ ନେଇ ଚର୍ଚ୍ଚା : ପାରମ୍ପରିକ ପ୍ରତିମୂର୍ତ୍ତି ସ୍ଥାନରେ ରହିଛି ଭିନ୍ନ ଏକ ପ୍ରତିମୂର୍ତ୍ତି
ଆଜିର ଖବର

କୋଲକାତାର ଦୁର୍ଗା ମଣ୍ଡପକୁ ନେଇ ଚର୍ଚ୍ଚା : ପାରମ୍ପରିକ ପ୍ରତିମୂର୍ତ୍ତି ସ୍ଥାନରେ ରହିଛି ଭିନ୍ନ ଏକ ପ୍ରତିମୂର୍ତ୍ତି

October 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଲକାତା : ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି ।  ମା’ ଜଗଜ୍ଜନନୀ ଦୁର୍ଗା ଆଉ କିଛି ଦିନ ମଧ୍ୟରେ ଧରାବତରଣ କରିବେ । ତାଙ୍କ ଆଗମନ ପାଇଁ ଚାରିଆଡେ ଚାଲିଛି ପ୍ରସ୍ତୁତି । ତେବେ କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର ଦୁର୍ଗାପୂଜା ଉତ୍ସବ ପାଳନ କରାଯାଉଥିବାବେଳେ ମା’ଙ୍କ ଆରାଧାନ ପାଇଁ ପ୍ରସ୍ତୁତି ଉତ୍ସାହଜନକ ରହିଛି।

ପଶ୍ଚିମବଙ୍ଗରେ ମଧ୍ୟ ଦୁର୍ଗାପୂଜାର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । କରୋନାକୁ ଆଖି ଆଗରେ ରଖି ଯଦିଓ ଚଳିତ ଥର ଭବ୍ୟ ସମାରୋହ କରାଯାଉନାହିଁ । ମଣ୍ଡପ ଗୁଡିକରେ ମାତା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଏବେ ଶେଷ ପର୍ଯ୍ୟାୟରେ । ଏହାମଧ୍ୟରେ କୋଲକାତାର ଏକ ମଣ୍ଡପ ଏବେ ବେଶ୍‌ ଚର୍ଚ୍ଚାକୁ ଆସିଛି। ଏହି ମଣ୍ଡପରେ ଚଳିତ ଥର ମାତା ଦୁର୍ଗାଙ୍କ ପାରମ୍ପରିକ ପ୍ରତିମୂର୍ତ୍ତି  ସ୍ଥାନରେ ଜଣେ ମହିଳା ପ୍ରବାସୀ ଶ୍ରମିକଙ୍କ ପ୍ରତିକୃତି ସ୍ଥାପନ ହୋଇଛି । ସେହିପରି  ମହିଷାସୁର ଓ ପାର୍ଶ୍ୱ ଦେବୀଦେବତାଙ୍କ  ପ୍ରତୀକାତ୍ମକ ରୂପ ପ୍ରଦର୍ଶନ କରାଯାଇଛି । ଏହି ମଣ୍ଡପରେ ଜଣେ ପ୍ରବାସୀ ମହିଳାଙ୍କ ସଂଘର୍ଷକୁ ଦର୍ଶାଯାଇଛି ।  ଦୁର୍ଗାଙ୍କ ସ୍ଥାନରେ ଜଣେ ପ୍ରବାସୀ ମହିଳା ଶ୍ରମିକା ରହିଥିବାବେଳେ ଲକ୍ଷ୍ମୀ ଓ ସରସ୍ବତୀଙ୍କ ସ୍ଥାନରେ ରହିଛନ୍ତି ତାଙ୍କ ସହିତ ରହିଛନ୍ତି କୁନି କୁନି ଛୁଆ । ସେମାନଙ୍କ ପାଖରେ  ଲକ୍ଷ୍ମୀ ସରସ୍ବତୀଙ୍କ ବାହନ ପେଚା ଓ ହଂସ ରହିଛନ୍ତି । ସେହିପରି ଗଣେଶ ପ୍ରଭୁଙ୍କସାଂକେତିକ ରୂପ ରହିଥିବାବେଳେ ମାତା ଦୁର୍ଗାଙ୍କ 10 ହସ୍ତ ରହିଛି । ବିପଦ ସମୟରେ ଧେର୍ଯ୍ୟର ସହିତ ଆଗକୁ ବଢିବାର ବାର୍ତ୍ତା ଦେଉଛି । ଏହି ମଣ୍ଡପର ନାଁ ହେଉଛି ବାରୀଶା କ୍ଲବ । ଏହି କ୍ଲବର ଚଳିତ ଥରର ଥିମ୍‌ ରହିଛି ‘ରିଲିଫ୍‌’ । ଏହାକୁ ଦୃଷ୍ଟିରେ ରଖି ଏକ ଭିନ୍ନ ଧରଣର ପ୍ରତିକୃତ୍ତି ନିର୍ମାଣ କରାଯାଇଛି ।

ଏହି ଅନନ୍ୟ ପ୍ରତିକୃତ୍ତିକୁ ନିର୍ମାଣ କରିଛନ୍ତି ରିଣ୍ଟୁ ଦାସ । ରିଣ୍ଟୁଙ୍କ କହିବାନୁସାରେ, ଲକଡାଉନ ବେଳେ ସେ ଜଣେ ନିଃସହାୟ ପ୍ରବାସୀ ମହିଳା ଶ୍ରମିକଙ୍କୁ ଦେଖିଥିଲେ। କୌଣସି ଲୋକଙ୍କ ବିନା ସାହାଯ୍ୟରେ ସେ ନିଜ ଚାରୋଟି ସନ୍ତାନକୁ ନେଇ ଚାଲିଚାଲି ଘରକୁ ଯାଉଥିଲେ। ମହିଳାଙ୍କ ସେତେବେଳର ସେହି ସଙ୍ଘର୍ଷମୟ ଦୃଶ୍ୟଟି ତାଙ୍କ ଆଖିରେ ଲୁହ ଭରିଦେଇଥିଲା। ଯାହାକୁ ଆଜି ସେ ନିଜ କାରିଗରୀ ମାଧ୍ୟମରେ ବିଶ୍ୱବାସୀଙ୍କ ନିକଟରେ ଉପସ୍ଥାପନା କରିଛନ୍ତି।

ତେବେ ଏହି ଦୁର୍ଗା ମୂର୍ତ୍ତିକୁ ଦେଖିଲେ ଯେ କେହି କହିବେ ଯେ, ଦୁର୍ଗା କେବଳ ଗୋଟିଏ ମୂର୍ତ୍ତିରେ ପରିବେଶିତ ନୁହେଁ, ତାଙ୍କର ଅନେକ ରୂପ । ପ୍ରତ୍ୟେକ ନାରୀ ଜଣେ ଜଣେ ଦୁର୍ଗା । ଦୁର୍ଗା ହେଉଛନ୍ତି ପ୍ରେରଣା, ଧେର୍ଯ୍ୟ, ଶକ୍ତି ଓ ନ୍ୟାୟ ପ୍ରତୀକ । (ଏଜେନ୍ସି)

West Bengal
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026
Latest News

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.