
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 61 ହଜାର 871 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1033ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 14 ହଜାର 31ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 74ଲକ୍ଷ 94 ହଜାର 552କୁ ବୃଦ୍ଧି ପାଇଛି। ଦେଶରେ ଏବେ ସୁଦ୍ଧା ମୋଟ୍ ଆକ୍ଟିଭ୍ କେସ 7 ଲକ୍ଷ 83 ହଜାର 311 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 65 ଲକ୍ଷ 97 ହଜାର 209 ଜଣ । (ଏଜେନ୍ସି)
Tags: କରୋନା