ଗତ 24 ଘଣ୍ଟାରେ ଦେଶରେ ନୂତନ 46 ହଜାର 790 ଆକ୍ରାନ୍ତ ଚିହ୍ନଟ, 587 ମୃତ

Published: Oct 20, 2020, 10:15 am IST

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍‌ ଏବେ ତଳମୁହାଁ ହୋଇଛି । ଗତ କିଛି ଦିନ ଦୈନିକ ଆକ୍ରାନ୍ତ ଓ ଦୈନିକ କରୋନା ମୃତ୍ୟୁ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 46 ହଜାର 790 ନୂତନ ମାମଲା ଆସିଥିବାବେଳେ  587 ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା  75 ଲକ୍ଷ 97 ହଜାର 64ରେ ପହଞ୍ଚିଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 15 ହଜାର 197କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 48 ହଜାର 538 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 67 ଲକ୍ଷ 33 ହଜାର 328 ରହିଛି । ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହାର ଆଠ ଗୁଣା ରହିଛି । ଆଇସିଏମ୍ଆରର ସୂଚନା ମୁତାବକ ଅକ୍ଟୋବର 19 ସୁଦ୍ଧା ଦେଶରେ 9 କୋଟି 61 ଲକ୍ଷ ନମୁନା ପରୀକ୍ଷଣ ହୋଇଛି ।

Related posts