ପାଞ୍ଚବର୍ଷର ପିଲା ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ କଲା ଏହି ରାଜ୍ୟ

Published: Oct 20, 2020, 11:31 am IST

କର୍ଣ୍ଣାଟକ : କର୍ଣ୍ଣାଟକରେ ଚାରି ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମଧ୍ୟ ହେଲମେଟ୍‌ ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ରାଜ୍ୟ ପରିବହନ ବିଭାଗର ନୂଆ ନିର୍ଦ୍ଦେଶ ଅନୁସାରେ ଏବେ ସମସ୍ତ ଦୁଇଚକିଆ ବାଇକ ଆରୋହୀଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ କରାଯାଇଛି । ଛୋଟ ଶିଶୁ ବା ଯେଉଁମାନଙ୍କର ବୟସ ଚାରି ବର୍ଷ ବା ତାଠାରୁ ଅଧିକ ସେମାନଙ୍କୁ ମଧ୍ୟ ଦୁଇ ଚକିଆ ଯାନରେ ବସିବାବେଳେ ହେଲମେଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରନ୍ତି ତେବେ  ତାଙ୍କୁ ଜରିମାନା ସହିତ 3 ମାସ ପର୍ଯ୍ୟନ୍ତ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯିବ ।

ସଡକ ଦୁର୍ଘଟଣାକୁ ନଜରରେ ରଖି କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ହେଲମେଟ ପିନ୍ଧିବାକୁ ନେଇ ଭାରତୀୟମାନେ ଅଧିକ ଦାୟିଦ୍ବହୀନତା ଦେଖାଇଥାନ୍ତି। ଭାରତରେ ହେଲମେଟ୍‌ ନ ପିନ୍ଧିବା କାରଣରୁ ଦୈନିକ 98 ଲୋକଙ୍କର ମୃତ୍ୟୁ ହୋଇଥାଏ ।  କିଛି ଭାରତୀୟମାନେ କେବଳ ଚାଲାଣକୁ ଡରି ହେଲ୍‌ମେଟ ପିନ୍ଧିଥାନ୍ତି । ଲୋକମାନଙ୍କର ହେଲମେଟ୍‌କୁ ନେଇ ଥିବାର ଏପରି ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ପଡିବ । ସୁରକ୍ଷା ପାଇଁ ହେଲେମଟ୍‌ ଅତ୍ୟନ୍ତ ଆବଶ୍ୟକ । ଅବଶ୍ୟ ନୂତନ ମୋଟର ଯାନ ନିୟମ ଅନୁସାରେ ହେଲେମେଟ୍‌ ନ ପିନ୍ଧିଲେ ପ୍ରାୟତଃ ସବୁ ରାଜ୍ୟରେ ମୋଟାଅଙ୍କର ଜରିମାନା ଆଦାୟ କରାଯାଉଛି । (ଏଜେନ୍ସି)

Related posts