ମାଲକାନଗିରି : ବିଏସଏଫକୁ ଏକ ବଡ଼ ସଫଳତା ମିଳିଛି । ମାଓବାଦୀ ଲୁଚାଇ ରଖିଥିବା 7ଟି ଅଫୁଟା ଲ୍ୟାଣ୍ଡମାଇନ ଓ ଟିଫିନ ବୋମାକୁ ସୁରକ୍ଷାବାହିନୀ ଉଦ୍ଧାର କରିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଗୋରା ସେତୁ ନିଟକରୁ ଯବାନମାନେ ଏହାକୁ ଉଦ୍ଧାର କରିଛନ୍ତି । ପ୍ରକାଶ ଯେ, ଗୋରା ସେତୁରୁ ଟୁଟୁଗନ୍ଧି ଅଞ୍ଚଳରେ ସୁରକ୍ଷାବାହିନୀ କମ୍ବିଂ ଅପରେସନ କରୁଥିବା ସମୟରେ 7ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ପୋତା ଯାଇଥିବା ଖବର ପାଇଥିଲେ । ବିଏସଏଫ୍ର ଏକ ଟିମ୍ ଟିଫିନ୍ ବୋମାକୁ ନିଷ୍କ୍ରିୟ କରିଛନ୍ତି। ବିସ୍ଫୋରଣ ପାଇଁ ମାଓବାଦୀମାନେ ଏହାକୁ ଲୁଚାଇ ରଖିଥିବାର ସନ୍ଦେହ କରାଯାଉଛି ।