Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍‌ରେ ନୂତନ ରେନାଲ୍ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍ ଯନ୍ତ୍ର ଉଦ୍‌ଘାଟିତ
ଆଜିର ଖବର

ସମ୍‌ରେ ନୂତନ ରେନାଲ୍ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍ ଯନ୍ତ୍ର ଉଦ୍‌ଘାଟିତ

October 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ (ଆଇଏମ୍ଏସ୍ ଆଣ୍ଡ ସମ୍) ହସ୍ପିଟାଲରେ  ନୂତନ ରେନାଲ୍ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଇମୁ୍ୟନୋଫ୍ଲୋରେନସ୍ ମାଇକ୍ରୋସ୍କୋ ଯନ୍ତ୍ର ଉଦ୍‌ଘାଟିତ ହୋଇଯାଇଛି ।

ବର୍ତମାନ ସମୟରେ କିଡ୍‌ନୀ ରୋଗର ଭୟାବହତା ଖୁବ୍ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ରୋଗୀ କିପରି ତତ୍‌କ୍ଷଣାତ ନିଦାନ ଓ କିଡ୍ନୀ ଜନିତ ସମସ୍ୟାର ଚିକିତ୍ସା କରିପାରିବେ ସେ ଦିଗରେ ଏହି ଯନ୍ତ୍ରଟିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିବ ।

ଏହି ଯନ୍ତ୍ରର ବିଶେଷତ୍ୱ ହେଉଛି ବାୟୋପ୍ସି ମାଧ୍ୟମରେ କିଡନୀରୁ ସଂଗୃହିତ ମାଂସ ଏହି ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ମାଧ୍ୟମରେ ରୋଗର ସ୍ଥିତିକୁ ସଠିକ୍ ଭାବରେ ପ୍ରଦାନ କରିଥିାଏ । ଯଦ୍ୱାରା ଡାକ୍ତର ଖୁବଶୀଘ୍ର ଚିକିତ୍ସା ପ୍ରଦାନ କରିଥାନ୍ତି । ରୋଗୀ ମଧ୍ୟ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ ।

ସୂଚନାୋଗ୍ୟ ଯେ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପୂର୍ବ ଭାରତର ଆଗଧାଡିର ଏକ ସଫଳ ହସ୍ପିଟାଲ୍ ଭାବେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଛି । ସମ୍‌ରେ ସ୍ୱଳ୍ପ ମୂଲ୍ୟରେ ଓ ଅଳ୍ପ ସମୟ ମଧ୍ୟରେ ସଫଳ ଚିକିତ୍ସା ପ୍ରଦାନ କରାଯାଇଥାଏ । ତେଣୁ ଏହି ଯନ୍ତ୍ରଟିର ଉଦ୍ଘାଟନ ସମସ୍ତ କିଡନୀ ରୋଗୀମାନଙ୍କ ପାଇଁ ନିଶ୍ଚିତଭାବେ ଏକ ଶୁଭ ଖବର ।

ଏହି ଉଦ୍ଘାଟନ ଉତ୍ସବରେ ସୋଆର କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲର ଅଧିକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡଃ ତାପସ ରଞ୍ଜନ ବେହେରା, ଡଃ ବିଶ୍ୱରଞ୍ଜନ ସାହୁ, ପାଥୋଲୋଜି ବିଭାଗର ମୁଖ୍ୟ ଡଃ ଦେବହୁତୀ ମହାପାତ୍ର, ହେମାଟୋଲୋଜି ବିଭାଗର ଡଃ ରାଜେଶ ଭୋଳ, କିଡନିୀ ନିଦାନ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଡଃ ନିବେଦିତା ସାହୁ ଓ ଡଃ ପ୍ରିୟଦର୍ଶିନୀ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026

ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାର

January 13, 2026
Latest News

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026

ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାର

January 13, 2026

ବିଭିନ୍ନ ବିଦ୍ୟାଳୟରେ ବନ୍ଦେ ମାତରମ ସାମୁହିକ ସଙ୍ଗୀତ ଗାନ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.