ସୋସିଆଲ ମିଡିଆରେ ହିନ୍ଦୁ ଦେବୀଙ୍କ ଫଟୋ ସେୟାର କରି ଅଡୁଆରେ ପଡିଲେ ଦୀପିକା

Published: Oct 20, 2020, 5:50 pm IST

ନୂଆଦିଲ୍ଲୀ : ନବରାତ୍ରି ଅବସରରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଅଡୁଆରେ ପଡିଛନ୍ତି ଓକିଲ ଦୀପିକା ରାଜାବତ । ହିନ୍ଦୁ ଦେବାଦେବୀଙ୍କ ବିବାଦୀୟ ଫଟୋ ପୋଷ୍ଟ କରି ଅଡୁଆରେ ପଡିଛନ୍ତି ଦୀପିକା । ଏନେଇ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବାନେଇ ଦାବି ଜୋର ଧରିଛି । ଦୀପିକା ନବରାତ୍ରିକୁ ନେଇ ସୋଶିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଥିଲେ  । ଏହାସହ ସେ ସମାଜର ସ୍ଥିତି ବିଷୟରେ ବଖାଣିବାକୁ ଯାଇ କ୍ୟାପସନ ଦେଇଥିଲେ ଯେ, ନବରାତ୍ରି ଦିନ ମହିଳାଙ୍କ ସ୍ଥିତି କ’ଣ ଥାଏ ଆଉ ବାକି ଦିନମାନଙ୍କରେ କେଉଁ ପରିସ୍ଥିତି ସୃଷ୍ଟି ହୁଏ  ସମସ୍ତେ ଜାଣିଛନ୍ତି  । ତେଣୁ ସେ ନିଜ ନିଜ ଧର୍ମ ଓ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି ।

Image

ଏହି ଫୋଟ ପୋଷ୍ଟକୁ ଦେଖି ସାଧାରଣ ଲୋକେ ବିରକ୍ତ ପ୍ରକାଶ କରିବା ସହ  ଟ୍ୱିଟ ପରେ ଟ୍ୱିଟ କରିଥିଲେ  । ସୂଚନାଯାୟୀ 2018 ମସିହାରେ କଠୁଆରେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ପିଡ଼ୀତା ପରିବାର ପକ୍ଷରୁ କଶ୍ମୀର ଓକିଲ ଦୀପିକା କେଶ ଲଢ଼ୁଥିଲେ  । ପରେ ପରିବାର ପକ୍ଷରୁ କେଶ ଲଢ଼ିବାକୁ ଦୀପିକାଙ୍କୁ ସୁଯୋଗ ଦିଆଯାଇନଥିଲା  । (ଏଜେନ୍ସି)

Related posts