ଦାଢି ରଖିବାରୁ ନିଲମ୍ବିତ ହେଲେ ପୋଲିସ୍‌ ଏସ୍‌ଆଇ୍‌

Published: Oct 22, 2020, 11:13 am IST
two polling officer suspended in jajpur

ମେରଟ୍‌ : ଦାଢି ରଖିବା ବେଶ୍‌ ମହଙ୍ଗା ପଡିଛି ଜଣେ ପୋଲିସ୍‌ ଅଧିକାରୀଙ୍କୁ । ବିନା ଅନୁମତିରେ ଦାଢି ରଖିଥିବାରୁ ଜଣେ ଏସ୍‌ଆଇଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡିଛି। ସହାରନପୁର ନିବାସୀ ଇନ୍ତସାର୍‌ ଅଲ୍ଲୀ ୟୁପି ପୋଲିସ୍‌ ବିଭାଗରେ ଜଣେ ଏସ୍‌ଆଇ ରୂପେ କାର୍ଯ୍ୟରତ ଥିଲେ । ଗତ ତିନି ବର୍ଷ ହେବ ସେ ସେହି ଜିଲ୍ଲାରେ କାର୍ଯ୍ୟକରୁଥିଲେ । ଲକ୍‌ଡାଉନ୍‌ ପୂର୍ବରୁ ତାଙ୍କୁ ରମାଲା ଥାନାରେ ନିଯୁକ୍ତ କରାଯାଇଥିଲା । ଇନ୍ତସାର୍‌ ପୋଲିସ୍‌ ବିଭାଗର ନିୟମ ବିପରୀତ ଲମ୍ବା ଦାଢି ରଖିବାକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ।

ଏସ୍‌ପିଙ୍କ କହିବାନୁସାରେ କେବଳ ଶିଖ୍‌ ସମ୍ପ୍ରଦାୟର ପୋଲିସ୍‌ କର୍ମୀଙ୍କୁ ଛାଡି ଅନ୍ୟ ସମସ୍ତ ଦାଢି ରଖିବା ପାଇଁ ବିଭାଗୀୟ ଅନୁମତି ନେବା ଆବଶ୍ୟକ । ଏସ୍‌ଆଇ ଇନ୍ତସାର୍‌ ଅଲ୍ଲୀଙ୍କୁ ଦୁଇ ଦୁଇଥର ଏନେଇ ଅନୁମତି ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । କିନ୍ତୁ ସେ ଅନୁମତି ନେଇନଥିଲେ । ଲଗାତାର ବିଭାଗୀୟ ନିୟମକୁ ଅଣଦେଖା କରିବାକୁ ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ଅପରପକ୍ଷରେ ଏସ୍‌ଆଇ ଇନ୍ତସାର୍‌ ଅଲ୍ଲୀ କହିଛନ୍ତି ଯେ, ସେ 2019 ନଭେମ୍ବରରୁ ଅନୁମତି ନେବା ନେଇ ପ୍ରୟାସ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବିଭାଗ ତାଙ୍କୁ ଅନୁମତି ଦେଇନାହିଁ । ସେ ଖୁବ୍‌ ଶୀଘ୍ର ବିଭାଗୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ

Related posts