ଭବାନୀପଟଣା : କଳାହାଣ୍ଡି ଜିଲା ଭବାନୀପାଟଣାରର ଅଧିଷ୍ଠାତ୍ରୀ ଦେବା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା 24 ତାରଖ କରାଯିବ । ଜନଗହଳିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କରୋନା ପାଇଁ ଏହି ଯାତ୍ରା ଉପରେ 144 ଧାରା ଲାଗୁ କରାଯାଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ଆସନ୍ତା 23ରୁ 25 ଯାଏଁ ଭବାନୀପାଟଣା ପୌରାଞ୍ଚଳକୁ ଯା’ଆସ ଉପରେ କଟକଣା ଜାରି କରାଯାଇଛି । କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି। ଛତର ଯିବାକୁ ଥିବା ଜେନାଖାଇରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି । ଗୋଟିଏ ସ୍ଥାନରେ 4ରୁ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । 22 ତାରିଖ ରାତି 12ଟାରୁ 25 ତାରିଖ ରାତି 12ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି। ଏନେଇ କଳାହାଣ୍ଡି ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।


