Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜୟରୁ ଅଭିଯାନ ଆରମ୍ଭ କଲେ କେକେଆର ଓ ଦିଲ୍ଲୀ କ୍ୟାପିଟାଲ୍‌ସ : ପନ୍ତ ଓ ରସେଲଙ୍କ ଧୂଆଁଧାର ବ୍ୟାଟିଂ
ଆଜିର ଖବର

ବିଜୟରୁ ଅଭିଯାନ ଆରମ୍ଭ କଲେ କେକେଆର ଓ ଦିଲ୍ଲୀ କ୍ୟାପିଟାଲ୍‌ସ : ପନ୍ତ ଓ ରସେଲଙ୍କ ଧୂଆଁଧାର ବ୍ୟାଟିଂ

March 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
kkr and dc started with winning note
kkr and dc started with winning note

ଆଇପିଏଲ୍‌ର ଦ୍ବିତୀୟ ଦିବସରେ କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ ସହିତ ଅଭିଯାନ ଆରମ୍ଭ କରିଛନ୍ତି। କେକେଆର ସନରାଇଜର୍ସ ହାଇଦ୍ରାବାଦକୁ ୬ଓ୍ବିକେଟ୍‌ରେ ପରାସ୍ତ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନ୍‌ରେ ପରାସ୍ତ କରିଥିଲା। କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ୧୯ ବଲ୍‌ରୁ ୪୯ ରନ୍‌ ସଂଗ୍ରହ କରିଥିବା ବେଳେ ଦିଲ୍ଳୀ କ୍ୟାପିଟାଲ୍ସ ପକ୍ଷରୁ ଋଷଭ ପନ୍ତ ୨୭ ବଲ୍‌ରୁ ୭୮ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ।

ଏଥି ସହିତ କେକେଆର ୬ ୱିକେଟ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ବଲ୍ ଟ୍ୟାମ୍ପରିଂ ନିଲମ୍ବନରୁ ଫେରିଥିବା ଡେଭିଡ୍ ୱାର୍ନର (୮୫, ୫୩ ବଲ,୯ ଚୌକା, ୩ ଛକା) ଚମତ୍କାର ପାଳି ଖେଳିଥିଲେ ମଧ୍ୟ ଏହା ସନ୍‌ରାଇଜର୍ସ ପାଇଁ ଯଥେଷ୍ଟ ନଥିଲା। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍ ହାରି ହାଇଦ୍ରାବାଦ ବ୍ୟାଟିଂ ପାଇଥିଲା। ଦଳର ପ୍ରାରମ୍ଭିକ ଯୋଡ଼ି ଡେଭିଡ୍ ୱାର୍ନର  ଏବଂ ଜନି ବେୟାରଷ୍ଟୋ (୩୯, ୩୫ ବଲ, ୩ ଚୌକା, ୧ ଛକା) ପ୍ରଥମ ୱିକେଟ୍ ପାଇଁ ଏମାନେ ୧୨.୫ ଓଭରରେ ୧୧୮ ରନ୍ କରିଥିଲେ। ଉଭୟଙ୍କ ଆଉଟ୍ ପରେ ରନ୍ ହାର କମିଥିଲେ ମଧ୍ୟ ଶେଷ ଭାଗରେ ବିଜୟ ଶଙ୍କର ୪୦,୨୪ ବଲ,୨ ଚୌକା, ୨ଛକା) ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ୧୮୧ ରନ୍‌ର ଲଢ଼ୁଆ ସ୍କୋର୍ ପ୍ରଦାନ କରିଥିଲେ। ୭ ଜଣ ବୋଲରଙ୍କ ମଧ୍ୟରେ ଆନ୍ଦ୍ରେ ରସେଲ (୩-୦-୩୨-୨) ସବୁଠୁ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସଫଳତମ ଥିଲେ। ଜବାବରେ କେକେଆର୍ ଦଳକୁ ଭଲ ଆରମ୍ଭ ମିଳିନଥିଲା। କ୍ରିସ୍ ଲିନ୍‌ (୭)ଙ୍କୁ ସକିବ୍ ଅଲ୍ ହାସନ୍‌ ଦ୍ବିତୀୟ ଓଭରରେ ଆଉଟ୍ କରିଦେବା ପରେ ନୀତିଶ ରାଣା ୬୮, ୪୭ ବଲ, ୮ଚୌକା,  ୩ଛକା) ଏବଂ ରବିନ୍‌ ଉଥପ୍ପା (୩୫,୨୭ ବଲ, ୩ ଚୌକା, ୧ ଛକା) ପ୍ରତ୍ୟାବର୍ତନ କରାଇଥିଲେ। ଅଧିନାୟକ ଦୀନେଶ କାର୍ତିକ (୨)ଙ୍କ ବିଦାୟ ପରେ ଚାପ ବଢ଼ିଥିଲେ ମଧ୍ୟ ଶେଷକୁ ଆନ୍ଦ୍ରେ ରସେଲ (୪୯, ୧୯ ବଲ,୪ ଚୌକା, ୪ ଛକା) ଏବଂ ଶୁଭମନ ଗିଲ୍‌ (୧୮,୧୦ ବଲ, ୨ ଛକା)୨ଟି ବଲ୍ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ଶେଷ ୩ ଓଭରରୁ ୫୩ ରନ୍ ଆବଶ୍ୟକ କରୁଥିବା କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆନ୍ଦ୍ରେ ରସେଲ  ୧୮ ଓ ୧୯ତମ ଓଭରରୁ ୪୦ ରନ୍ କରିବା ପରେ ସକିବ୍‌ଙ୍କ ଶେଷ ଓଭରରେ ୨ ଛକା ମାରି ଯୁବ ତାରକା ଗିଲ୍‌ ମ୍ୟାଚ୍‌ ଶେଷ କରିଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ରସେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ତିନି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୩୭ ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀର ଏହି ବିଜୟରେ ୱିକେଟ୍ ରକ୍ଷକ ଋଷବ ପନ୍ତ (୭୮ରନ୍, ୨୭ ବଲ୍, ୭ଚୌକା, ୭ ଛକା) ପ୍ରମୁଖ ଭୂମିକା ତୁଲାଇଛନ୍ତି। ଦିଲ୍ଲୀ ରବିବାର ୨୧୪ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦ୍ବିତୀୟ ମ୍ୟାଚ୍‌ରେ ମୁମ୍ବାଇ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପୃଥ୍ବୀ ସ’ (୭)ଙ୍କୁ ଦ୍ବିତୀୟ ଓଭରରେ ଆଉଟ୍ କରି ମିଚେଲ ମ୍ୟାକ୍ଲିନାଘନ ମୁମ୍ବାଇକୁ ପ୍ରଥମ ସଫଳତା  ଦେଇଥିଲେ। ଏହା ପରେ ଦିଲ୍ଲୀ ଅଧିନାୟକ ଶ୍ରେୟସ୍ ଆୟର (୧୬) ଓ ଶିଖର ଧାୱନ (୪୩) ପାଳି ସଜାଡ଼ିବା ଆରମ୍ଭ କରିଥିଲେ। ହେଲେ ଶ୍ରେୟସଙ୍କୁ ମ୍ୟାକ୍ଲେନ୍‌ଘାନଙ୍କ ଦ୍ବିତୀୟ ଶିକାର କରି ହୋଇଥିଲେ। ଚାରି ନମ୍ବରରେ ଖେଳିଥିବା ଦକ୍ଷିଣ ଆଫ୍ରିକୀୟ କଲିନ୍ ଇଙ୍ଗ୍ରାମ (୪୭) ଦାୟିତ୍ବପୂର୍ଣ୍ଣ ଓ ଦ୍ରୁତ ବ୍ୟାଟିଂ କରି ତୃତୀୟ ୱିକେଟ୍‌ରେ ଧଓ୍ବନଙ୍କ ସହ ୮୩ ରନ୍ ଯୋଡ଼ିଥିଲେ। ଉଭୟ କିନ୍ତୁ ଅର୍ଧଶତକ ଅର୍ଜନ କରିବା‌ ପୂର୍ବରୁ ପ୍ୟାଭିଲିୟନ ଫେରି ଯାଇଥିଲେ। କେମୋ ପଲ୍ (୩) ଓ ଅକ୍ଷର ପଟେଲ (୪) ନିରାଶ କରିଥିଲେ। । ୨୭ବଲ୍‌ରୁ ୨୮୮.୮୮ ଷ୍ଟ୍ରାଇକ୍ ରେଟ୍‌ରେ ସେ କରିଥିବା ୭୮ ରନ୍ ମଧ୍ୟ ରବିବାରର ଦ୍ରୁତତମ ପାଳି ହୋଇଥିଲା। ତାଙ୍କ ବିସ୍ଫୋରକ ରୂପ ପାଇଁ ଶେଷ ୬ ଓଭରରୁ ଦିଲ୍ଲୀ ୯୯ ରନ୍ ଯୋଡ଼ିଥିଲା।

୨୧୪ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ  ଜବାବରେ ଯୁବରାଜ ସିଂହ (୫୩ ରନ୍, ୩୫ ବଲ୍, ୫ ଚୌକା, ୩ ଛକା)ଙ୍କ ଲଢ଼ୁଆ ଅର୍ଧଶତକ ସତ୍ତ୍ବେ ମୁମ୍ବାଇ ୧୯.୨ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୬ ରନ୍ କରି ପାରିଥିଲା।ଅଧିନାୟକ ରୋହିତ ଶର୍ମା (୧୪)ଙ୍କ ସମେତ କ୍ବିଣ୍ଟନ୍ ଡି’ କକ୍ (୨୭), କିରଣ ପୋଲାର୍ଡ (୨୧), କ୍ରୁନାଲ ପାଣ୍ଡ୍ୟା (୩୨) ଭଲ ଆରମ୍ଭ ପାଇଥିଲେ ମଧ୍ୟ ରନ୍‌ହାରର ଚାପରେ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ଯାଇ ଓ୍ବିକେଟ ହରାଇବା ସହିତ ଦଳ ବିଜୟ ଲକ୍ଷ୍ୟରୁ ୩୭ ରନ୍‌ ଦୂରରେ ରହିଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025

ବାବା ପିଲା ଗଣେଶ ପୂଜା ମହୋତ୍ସବରେ ଯୋଗଦେଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ

September 16, 2025

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025
Latest News

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025

ବାବା ପିଲା ଗଣେଶ ପୂଜା ମହୋତ୍ସବରେ ଯୋଗଦେଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ

September 16, 2025

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.