ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 201 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ 201 ଆକ୍ରାନ୍ତଙ୍କ ମଧ୍ୟରୁ 64 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 137ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ସେହିପରି ଆଜି ରାଜଧାନୀରୁ 292 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 201 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିଙ୍କ ସଂଖ୍ୟା 28 ହଜାର 110ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 25 ହଜାର 352ଜଣ । ସେହିପରି 146ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର591ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।