ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କର ନିର୍ବାଚନ ସଂକ୍ରାନ୍ତୀୟ ଖର୍ଚ୍ଚ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ନିରୀକ୍ଷଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ଚଳିତ ନିର୍ବାଚନରେ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ଖର୍ଚ୍ଚ ସୀମା ୩୦ଲକ୍ଷ ୮୦ହଜାର ଟଙ୍କା ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି ।ତିର୍ତ୍ତୋଲ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ଆସନ୍ତା ଅକ୍ଟୋବର ୨୩ ,୨୭ ଓ ୩୧ ତାରିଖରେ ସେମାନଙ୍କର ଖର୍ଚ୍ଚ ରେଜିଷ୍ଟର ଇଲେକସନ୍ ଏଜେଣ୍ଟ୍ ମାନଙ୍କ ମାଧ୍ୟମରେ ଆଣି ନିର୍ବାଚନ ପର୍ଯ୍ୟବେକ୍ଷକ ଯୋଗେଶ ଶୁକଦେବ ଚିତେଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ପୂର୍ବାହ୍ନ ୧୦ଟା ୩୦ ଠାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ତନଖି କରାଇବେ। ଅନ୍ୟଥା ପ୍ରାର୍ଥୀମାନେ ନିର୍ବାଚନ ଆଚରଣବିଧି ଉଲଂଘନ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।