କଟକ: କଟକରେ ଅନ୍ତଃରାଜ୍ୟ ବାଇକ ଚୋରି ରାକେଟ୍ ଠାବ ହୋଇଛି। ଏକ ଅଟୋ ଚୋରିକୁ ନେଇ ତଦନ୍ତ ବେଳେ ଚୋରଙ୍କୁ ଗିରଫ କରିବା ସହ 35ଟି ଗାଡ଼ି ଜବତ ହୋଇଛି। ଏନେଇ କଟକ ଡିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି। କଟକ ଆଖପାଖ ଜିଲ୍ଲାରେ ଏହି ଚୋରମାନେ ସକ୍ରିୟ ଥିବା ନେଇ ଡ଼ିସିପି ଡିସିପି ପ୍ରତୀକ୍ ସିଂହକହିଛନ୍ତି। ଚୋରି ରାକେଟରେ ସମ୍ପୃକ୍ତ ଥିବା 3 ଜଣଙ୍କୁ ଗିରଫ କରାଯାଇଛି । ଚୋରି ପରେ କେନ୍ଦୁଝରର ଏକ ସ୍ଥାନରେ ସେମାନେ ବାଇକ୍ ରଖୁଥିଲେ । କଟକ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡାରୁ ଚୋରମାନେ ଚୋରି କରୁଥିଲେ । ଚୋରି ଗାଡି ଗୋଟିଏ ସ୍ଥାନରେ ରଖି ବିକ୍ରି ଉଦ୍ୟମ କରୁଥିଲେ ।’