ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ମଧ୍ୟରେ 50 ହଜାର 129 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 578 ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା 1 ଲକ୍ଷ 18 ହଜାର 535କୁ ବୃଦ୍ଧି ହୋଇଥିବାବେଳେ ମୋଟ୍ ଆକ୍ରାନ୍ତ ସଂଖ୍ୟା 78 ଲକ୍ଷ 64 ହଜାର 811କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା ମୋଟ ଆକ୍ଟିଭ୍ କେସ୍ 6 ଲକ୍ଷ 68 ହଜାର 154 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 70 ହଜାର 78 ହଜାର 123ଜଣ ।
ଦେଶରେ ସଂକ୍ରମଣ ମାମଲାଠାରୁ ସୁସ୍ଥ ହାର 10ଗୁଣ ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଆକ୍ଟିଭ୍ ମାମଲା, ମୃତ୍ୟହାର ଓ ସୁସ୍ଥହାର ସର୍ବାଧିକ ରହିଛି । ଦେଶରେ ମୃତ୍ୟୁହାର 1.50% ରହିଥିବାବେଳେ ଭାରତରେ ଲଗାତାର ସୁସ୍ଥ ହାର ବଢିବାରେ ଲାଗିଛି । ଆଇସିଏମ୍ଆରର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦେଶରେ ମୋଟ୍ 10 କୋଟି 25 ଲକ୍ଷ ନମୁନା ପରୀକ୍ଷଣ ହୋଇଛି ।