ଭୁବନେଶ୍ୱର : ମାଗଣା କରୋନା ଟିକା ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯଦି ବିହାରରେ ମାଗଣା ଟିକା ନେଇ ନିର୍ବାଚନୀ ଇସ୍ତାହାର ପ୍ରତିଶ୍ରୁତି ତେବେ ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ବୋଲି ସେ ସେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ମାଗଣା କରୋନା ଟୀକାକୁ ନିର୍ବାଚନୀ ଜୁମଲା ବୋଲି କି ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହାକୁ ନେଇ ଦୁଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ଏହା ପାତର ଅନ୍ତର ନୁହଁକି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଓଡ଼ିଶାବାସୀଙ୍କ ପାଇଁ ରାଜ୍ୟ ପାଣ୍ଠିରୁ ଟୀକା ଲାଗି 5 କୋଟିର ଚୁକ୍ତି ହୋଇଛି। ରାଜ୍ୟ ସରକାର ସବୁ ଓଡ଼ିଶାବାସୀଙ୍କୁ ଟିକାକରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାରେ କରୋନା ଟୀକାକରଣ ପାଇଁ ବିଜେପିର ଆଭିମୁଖ୍ୟ କ’ଣ ? ବୋଲି ଦୁଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ, ଓଡ଼ିଶାବାସୀ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।