ନୂଆଦିଲ୍ଲୀ : ଗୁଜୁରାଟୀ ଗାୟକ ତଥା ଭାଜପାର ପୂର୍ବତନ ସାଂସଦ ମହେଶ କନୋଡିଆଙ୍କ ଦେହାନ୍ତ ହୋଇଛି । 83 ବର୍ଷ ବୟସରେ ମହେଶ କନୋଡିଆଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ମହେଶଙ୍କ ରବିବାର ସକାଳେ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମହେଶଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକଟ କରି ଟୁଇଟ୍ କରିଛନ୍ତି । ଜଣେ ବହୁମୂଖୀ ପ୍ରତିଭସମ୍ପନ୍ନ ଗାୟକ ଥିଲେ କନୋଡିଆ । ରାଜନେତା ରୂପେ ମଧ୍ୟ ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ସେ ସର୍ବଦା ସମର୍ପିତ ରହିଥିଲେ ବୋଲି କହିଛନ୍ତି ମୋଦି ।
महेश कनोडिया जी के निधन से अत्यंत दुख हुआ है। वे एक बहुमुखी प्रतिभासंपन्न गायक थे, जिन्हें लोगों का भरपूर प्यार मिला। एक राजनेता के रूप में भी वे गरीबों और पिछड़ों के सशक्तिकरण के लिए समर्पित रहे। हितु कनोडिया जी से मैंने बात की और उनके परिजनों के प्रति संवेदनाएं प्रकट की।
— Narendra Modi (@narendramodi) October 25, 2020
ଗୁଜୁରାଟର ପାଟନ ନିର୍ବାଚନ କ୍ଷେତ୍ରରୁ ବହୁ ଥର ବିଜେପି ପାଇଁ ପ୍ରତିନିଧିତ୍ବ କରିଛନ୍ତି। 32 ଜଣ ଗାୟକଙ୍କ ସ୍ବରରେ ଗୀତ ଗାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମହେଶ କନୋଡିଆ । ମହିଳା ଗାୟିକାଙ୍କ ସ୍ବରରେ ମଧ୍ୟ ଗୀତ ଗାଇପାରନ୍ତି ମହେଶ। (ଏଜେନ୍ସି)