ପୁରୀ, ଆଜି ଶ୍ରୀମନ୍ଦିରରେ ବିଜୟା ଦଶମୀ ପାଳନ ହେଉଛି। ଏହି ଉପଲକ୍ଷେ ଶ୍ରୀଜୀୟୁ ରାଜରାଜେଶ୍ବର ବେଶ ଧାରଣ କରିଛନ୍ତି। ଏଥିପାଇଁ ପୂର୍ବରୁ ଶ୍ରୀମନ୍ଦିର ତରଫରୁ ପ୍ରସ୍ତୁତି କରାଯାଇଥିଲା। ହେଲେ କୋଭିଡ19 କଟକଣା ପାଇଁ ଜଗନ୍ନାଥଙ୍କର ଏହି ବେଶ ଦେଖିବାରୁ ଭକ୍ତମାନେ ବଞ୍ଚିତ ହୋଇଛନ୍ତି।
ଅନ୍ୟପଟେ ତିନିଠାକୁରଙ୍କ ବିରଳ ନାଗାର୍ଜୁନ ବେଶ ପାଇଁ ଆଜିଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ପ୍ରତି 12 ବର୍ଷରେ ଥରେ ହେଉଥିବା ଏହି ବେଶ ଚଳିତ ବର୍ଷ ପଡୁଛି। ସେହି ଅନୁସାରେ ଚଳିତ ବର୍ଷ ନଭେମ୍ବର 27 ତାରିଖରେ ଏହି ବେଶ ହେବ। ହେଲେ 12 ବର୍ଷରେ ଥରେ ପଡୁଥିବା ଏହି ବିରଳ ବେଶକୁ ସାଧାରଣ ଭକ୍ତମାନେ ଦେଖିବାରୁ ବଞ୍ଚିତ ହେବେ।