ଫ୍ୟାମିଲ ପ୍ଲାନିଂ ପାଇଁ ଦେଶର ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ବିଜେପି ସାଂସଦ ପ୍ରଜ୍ଞା ଠାକୁର

Published: Oct 27, 2020, 9:40 am IST

ଭୋପାଲ, ଦେଶରେ କଂଗ୍ରେସ ଶାସନ କାଳରେ ଯେପରି ଫ୍ୟାମିଲ ପ୍ଲାନିଂ ବ୍ୟବସ୍ଥା କଲେ ତାହା ଦେଶରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ କରିବାରେ ସାହାର୍ଯ୍ୟ କଲା। ଏହିପରି ପ୍ରସଂଗ ଉଠାଇ ସିଧା କଂଗ୍ରେସକୁ ଟ୍ୟାର୍ଗେଟ କରିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ଠାକୁର। ଭୋପାଳର ଦଶହରା ମୈଦାନରେ ଆୟୋଜିତ ବିଜୟା ଦଶମୀ କାର୍ଯ୍ୟକ୍ରମରେ ପ୍ରଜ୍ଞା ଏହା କହିଛନ୍ତି। ସେହି ସଭାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ, ଦିଗବିଜୟ ସିଂ ପ୍ରମୁଖଙ୍କୁ ମଧ୍ୟ ଟ୍ୟାର୍ଗେଟ କରିଛନ୍ତି। ଜମ୍ମୁକାଶ୍ମୀରର ମେହେବୁବା ମୁଫିତଙ୍କ ବୟାନକୁ ନେଇ ପ୍ରଜ୍ଞା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Related posts