ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ୱୀନ ମାସ ଶୁକ୍ଳପକ୍ଷ ଏକାଦଶୀ ଅର୍ଥାତ୍ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର 4 ଟାରେ ଦ୍ୱାର ଫିଟା, ତାପରେ ମଙ୍ଗଳାଆରତୀ ନୀତି ସରିଛି। ଏହାପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ଚାଲିଛି। ଆଜିର ଦିନରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ୍ ବେଶ ଅନୁଷ୍ଠିତ ହେବ ।
ଅପରପକ୍ଷରେ ଆଜି କୋଭିଡ୍ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ଆଜି ଦିନ 10 ଟାରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପାଖରେ 144 ଧାରା ଲାଗୁ କରାଯାଇଛି। ଗୋଷାଣୀଙ୍କ ସହ ମାତ୍ର 7 ଜଣଙ୍କୁ ଭସାଣି ପାଇଁ ଅନୁମତି ଦେଇଛି ପ୍ରଶାସନ। ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଭସାଣ ଉତ୍ସାବ ପାଳନ କରାଯିବ।