
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତଦୁଇ ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଆଜି ଏଥିରେ କିଛି ହ୍ରାସ ଘଟିଛି। ଆଜି ନୂତନ ଭାବେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପଟେ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଯେପରି ନହେବ ସେ ନେଇ ପଦକ୍ଷେପମାନ ଗ୍ରହଣ କରିବା ଆରମ୍ଭ କରାଗଲାଣି। ଗତକାଲି ୩୪୨୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମୁଦାୟ ୫୨୮୯୬୨ ଟି ସ୍ୱାବ୍ ପରୀକ୍ଷା କରାଗଲାଣି। ସୁସ୍ଥ ସଂଖ୍ୟା ୯୮.୧ ପ୍ରତିଶତରେ ପହଞ୍ଚିଛି।
ଆଜିର ସଂକ୍ରମିତ ମଧ୍ୟରେ ୧୫ ଜଣ ସ୍ଥାନୀୟ ଏବଂ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ସ୍ଥାନୀୟ ସଂକ୍ରମିତ ମଧ୍ୟରେ ଆସିକା ବ୍ଳକ୍ରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୬ ଏବଂ କରୋନା ଯୋଦ୍ଧା ୨, ଚିକିଟିରୁ ୧, ଗଂଜାମରୁ ୧, ହିଂଜିଳିକାଟୁରୁ ୨, ଖଲିକୋଟରୁ ୧, କୁକୁଡ଼ାଖଣ୍ଡିରୁ ୨ ଏବଂ ଅନ୍ୟାନ୍ୟ ୧ ଅଛନ୍ତି। ଗଂଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୧୦୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୨୨ ସୁସ୍ଥକୁ ମିଶାଇ ସମୁଦାୟ ୨୦୬୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୪୧ ଜଣ ଆକ୍ଟିଭ୍ ରୋଗୀ ଥିବାବେଳେ ମୃତ୍ୟୁସଂଖ୍ୟା ୨୨୭ ରହିଛି।