ଭୁବନେଶ୍ୱର: ଚଳିତ ବର୍ଷ ଶେଷ ପୂର୍ବରୁ ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ ।ଡିସେମ୍ବର 31 ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବ । ବିଧାନସଭାର ବିଧି ଅନୁସାରେର 60 ଦିନ ଗୃହ କାର୍ଯ୍ୟ ଚାଲିବା ନେଇ ବ୍ୟବସ୍ଥା ରହିଛି । ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ 20ଦିନ ଗୃହ କାର୍ଯ୍ୟ ଚାଲିଛି । ଡିସେମ୍ବର ପୂର୍ବରୁ ଆଉ 40 ଦିନ ଗୃହ କାର୍ଯ୍ୟ ବସିବାକୁ ବାକି ରହିଛି । ତେବେ କେବେ ବିଧାନସଭା ଅଧିବେଶନ ବସିବ ସେନଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ 40 ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ। ଶୀତ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି ।