Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲିସ୍‌ ମାଡରେ ସପ୍ଟଓ୍ବେୟାର ଇଞ୍ଜିନିଅର‌ଙ୍କ ଜୀବନ ଗଲା
ଆଜିର ଖବର

ପୋଲିସ୍‌ ମାଡରେ ସପ୍ଟଓ୍ବେୟାର ଇଞ୍ଜିନିଅର‌ଙ୍କ ଜୀବନ ଗଲା

October 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
polling officer found dead
polling officer found dead

ଭାଗଲପୁର : ବିହାର ଜିଲ୍ଲା ଭାଗଲପୁରରେ ପୋଲିସ୍‌ ଜଣେ ସପ୍ଟଓ୍ବେୟାର ଇଞ୍ଜିନିୟରକୁ ପିଟି ପିଟି ହତ୍ୟାକରିଛି । ଚେକିଂ କରିବା ସମୟରେ ଏକ ଛୋଟିଆ ଭୁଲ୍‌ ପାଇଁ ସପ୍ଟଓ୍ବେୟାର ଇଞ୍‌ଜିନିୟରଙ୍କୁ ପୋଲିସ୍‌ ଥାର୍ଡ ଡିଗ୍ରୀ ଦେବା ସହ ଜେଲ୍‌ରେ ବନ୍ଦ ରଖିଥିଲା । ଯୁବକକୁ ଲଙ୍ଗଳା କରି ପିଟିଥିଲା ପୋଲିସ୍‌ । ପୋଲିସ୍‌ ମାଡ ଖାଇବା ପରେ ଯୁବକର ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ଥାନାଅଧିକାରୀଙ୍କ ସମେତ 6 ପୋଲିସ୍‌କର୍ମୀଙ୍କଉପରେ ହତ୍ୟା ମାମଲା ଦାଏର ହୋଇଛି । ତେବେ ଅଭିଯୁକ୍ତ ପୋଲିସ୍‌ କର୍ମୀମାନେ ଫେରାର ରହିଛନ୍ତି । ଏହି ଘଟଣାକୁ ନେଇ ଜନ ଅସନ୍ତୋଷ ପରିଲକ୍ଷିତ ହୋଇଛି । ପୋଲିସ୍‌ର ଜୁଲମ୍‌ ପ୍ରତିବାଦରେ ଲୋକେ ଏନ୍‌ଏଚ୍‌ -31ରେ ଧାରଣା ଦେଇଥିଲେ । ଏହି ଅବସରରେ ପୋଲିସ୍‌ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବିହପୁର ଥାନା ଅଞ୍ଚଳର ମଡବା ଗ୍ରାମର ଆଶୁତୋଷ ପାଠକ ଜଣେ ସପ୍ଟଓ୍ବେୟାର ଇଞ୍ଜିନିଅର । ଆଶୁତୋଷ ଦୁର୍ଗା ପୂଜା ପାଇ ଗ୍ରାମକୁ ଆସିଥିଲେ । ଶନିବାର ଦିନ ସନ୍ଧ୍ୟା ସମୟରେ ସେ ତାଙ୍କ ସ୍ତ୍ରୀଙ୍କ ସହ ବାଇକ୍‌ରେ ଯାଉଥିଲେ। ବିହପୁର ଥାନା ପୋଲିସ୍‌ ଦ୍ବାରା ନେଗାଛିଆ ଏନଏଚ୍‌ -31ରେ ମହନ୍ଥ ବାବା ସସ୍ଥାନ ନିକଟରେ ଚେକିଂ କରାଯାଉଥିଲା । ପୋଲିସ୍‌ ଚେକିଂ ପାଇଁ ଆଶୁତୋଷଙ୍କ ବାଇକକୁ ଅଟକାଇଥିଲା । କିନ୍ତୁ ବାଇକ୍‌ଟି ଟିକିଏ ଦୂର ଯାଇ ଅଟକିଥିଲା। ଏହି ଘଟଣାକୁ ନେଇ ବିହର ଥାନାଧିକାରୀ ରାଗି ଯାଇ ଗାଳିଦେବା ଆରମ୍ଭକରିଥିଲେ । ଏହାକୁ ଆଶୁତୋଷ ବିରୋଧ କରିବା ପରେ ସ୍ତ୍ରୀସାମ୍ନାରେ ଆଶୁତୋଷଙ୍କୁ ମାଡ ମାରିଥିଲେ ଥାନାଧିକାରୀ । ଏହାପରେ ଆଶୁତୋଷଙ୍କୁ ନେଇ ଥାନାରେ ବନ୍ଦ କରି ଦେଇଥିଲେ । ସେଠାରେ ତାଙ୍କୁ ଥାର୍ଡ ଡିଗ୍ରୀ ଦେଇଥିଲେ । ଆଶୁତୋଷଙ୍କ ଶଶୁର କଟିହାର ପୋଲିସ୍‌ରେ କାର୍ଯ୍ୟରତ ଥିବାବେଳେ ସେ ଏହି ସୂଚନା ପାଇଁ ଥାନାରେ ପହଞ୍ଚିଥିଲେ । ସେଠାରେ ଆଶୁତୋଷଙ୍କୁ ହସ୍ପିଟାଲ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ମାମଲାରେ ନବଗାଛିଆର ଏସ୍‌ପି ସ୍ବପ୍ନା ମିଶ୍ର ଯାଞ୍ଚ ଆଦେଶ ଦେଇଛନ୍ତି । ଅପରପକ୍ଷରେ ଥାନାଧିକାରୀ ରଂଜିତ କୁମାରଙ୍କସମେତ 6 ଜଣ ପୋଲିସ୍‌ କର୍ମୀଙ୍କ ଉପରେ ହତ୍ୟା ମାମଲା ଦାଏର କରାଯାଇଛି ।

ଆଶୁତୋଷଙ୍କ ପୋଷ୍ଟ ମର୍ଟମ୍‌ ରିପୋର୍ଟରେ ଗୁରୁତର ମାଡ ଖାଇ ମୃତ୍ୟୁ ହୋଇଥିବାର ଦର୍ଶାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ପୋଲିସଙ୍କ ଗିରଫ ଦାବିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026
Latest News

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.