ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଭୂମି ଆଇନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ବିବାଦୀୟ ବୟାନ ଦେଇଛନ୍ତି ପିଡିପି ନେତା ସୁରିନ୍ଦର ଚୌଧୁରୀ । ଦେଶର ବିଭିନ୍ନ ପ୍ରାନ୍ତରୁ ଭାରତୀୟ ମାନେ ଆସିଲେ ଜମ୍ମୁ କାଶ୍ମୀରରେ ଦୁଷ୍କର୍ମ ବୃଦ୍ଧି ପାଇବ ବୋଲି ଚୌଧୁରୀ କହିଛନ୍ତି । ନିକଟରେ ଫରିଦାବାଦରେ ଘଟିଥିବା ଲଭ ଜେହାଦର ଉଦାହରଣ ମଧ୍ୟ ଦେଇଛନ୍ତି ମୁଫତିଙ୍କ ଘନିଷ୍ଠ ସହଯୋଗୀ ସୁରିନ୍ଦର ଚୌଧୁରୀ । ଏହା ସହିତ ସେ କହିଛନ୍ତିଳ ଆସାମ ଏବଂ ମହାରାଷ୍ଟ୍ର ଭଳି ଅନ୍ୟ ଭାରତୀୟ ମାନେ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାରରେ ଭାଗ ବସାଇବେ ତେଣୁ ନୂତନ ଜମି ଅଧିଗ୍ରହଣ ଆଇନକୁ ପିଡିପି ପକ୍ଷରୁ ବିରୋଧ କରାଯାଉଛି । ବିଭାଜନ ପରେ ଜମ୍ମୁ ସମ୍ପୂର୍ଣ୍ଣ ଶାନ୍ତ ରହିଛି । ଏହି ଅଞ୍ଚଳଟି ଡୋଗ୍ରା ସମୁଦାୟର ସଂସ୍କୃତିରେ ସମୃଦ୍ଧ । ବିଭିନ୍ନ ପ୍ରାନ୍ତରୁ ମହଳା ମାନେ ପାଠ ପଢିବା ଏବଂ ଚାକିରି ଉଦେ୍ଧଶ୍ୟରେ ଏଠାକୁ ଆସୁଛନ୍ତି ତେଣୁ ଏହି ଅଧିଗ୍ରହଣ ଆଇନ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପକ୍ଷପାତିତା ବୋଲି ସେ ପ୍ରକାଶ କରିଛନ୍ତି । ଏହି ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ପିଡିିପି କର୍ମୀ ।
ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଭାରତୀୟ ଜାତୀୟ ପତାକାକୁ ନେଇ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ତ୍ରିରଙ୍ଗାକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ଶିବସେନା ସାଂସଦ ସଂଜୟ ରାଓ୍ବତ । ସେ କହିଛନ୍ତି ଯେ ଏହା ଦେଶଦ୍ରୋହ । ଯଦି ମେହବୁବା ମୁଫ୍ତି, ଫାରୁକ ଅବଦୁଲ୍ଲା ଓ ଅନ୍ୟ ନେତା କଶ୍ମୀରରେ ଧାରା 370 ପୁନଃ ଲାଗୁ କରିବାକୁ ଚାହୁଁଛନ୍ତି ତେବେ କେନ୍ଦ୍ର ସରକାର ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସେ କହିଛନ୍ତି । (ଏଜେନ୍ସି)