ରମେଶ ମହାନ୍ତି
ଜଗତସିଂହପୁର : ଆଜି ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ‘ବିଜେଡି ସାଂସ୍କୃତିକ ସମନ୍ନୟ ସାମୂଖ୍ୟ ଓଡିଶା ‘କଳାକାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ୍ ସଂଘର ସଂଯୋଜକ ଦିଲ୍ଲିପ ମହାନ୍ତିଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ନିର୍ବାଚନ ଦାୟିତ୍ୱରେ ଥିବା ଅତନୁ ସବ୍ୟସାଚୀ ନାୟକ ଓ ବିଜେଡି ଜିଲ୍ଲା ସଭାପତି ତଥା ସଭାର ଆବାହକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡିଶା କଳା ସଂସ୍କୃତିର ଆଡଭାଇଜର ଜନ୍ମେଜୟ ଲେଙ୍କା, ଦେବରାଜ ସେନାପତି ,ରଘୁନାଥପୁର ବ୍ଲକ ସଂଯୋଜକ ପ୍ରସନ୍ନ ପଟ୍ଟନାୟକ ,ବ୍ଲକ୍ ସଂଯୋଜକ ପ୍ରଭାତ ରଥଶର୍ମା, ଜଗତସିଂହପୁର ବ୍ଲକ ସଂଯୋଜକ ଅଭିମନ୍ୟୁ ନାୟକ, ପ୍ରମୁଖ ଯୋଗଦେଇଥିଲେ। କରୋନା ମହାମାରୀ କଟକଣା ସମୟରେ କଳାକାର ମାନଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଥିଲା। ଏହି ବୈଠକରେ କଳାକାର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ତିର୍ତ୍ତୋଲ ବ୍ଳକ କଳାକାର ମାନେ ତିର୍ତ୍ତୋଲରେ ଏକ କାର୍ଯ୍ୟାଳୟ କରିବା ପାଇଁ ଘର ନିମନ୍ତେ ଦାବି କରି ଆସୁଥିଲେ। ଯଥାଶୀଘ୍ର ତିର୍ତ୍ତୋଲ ବ୍ଳକ କଳାକାରଙ୍କ ନିମନ୍ତେ ଏକ ଘର ପ୍ରଦାନ କରାଯିବ ବୋଲି ଆଜିର ଏହି ବୈଠକରେ ଅତିଥି ମାନେ ପ୍ରତିଶ୍ରୁତି ଦେଇଥିଲେ।
ଉକ୍ତ ବୈଠକରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ହେମନ୍ତ କୁମାର ରାଉତ, ତ୍ରିଲୋଚନ ବିଶ୍ୱାଳ, ହୃଷିକେଶ ଖଣ୍ଡୁଆଳ, ପ୍ରଶାନ୍ତ ମହାପାତ୍ର, ବିର କିଶୋର ରାଉତ, ଶିଶିର କୁମାର ପଣ୍ଡା, ପ୍ରଶାନ୍ତ କୁମାର ମହାନ୍ତି, ନିବେଦିତା ମହାନ୍ତି, ଗୋବିନ୍ଦ ସୂତାର, ନବକିଶୋର ନାୟକ, ରାମଚନ୍ଦ୍ର ସୂତାର, ଭଗବାନ ଦାସ, ବାପି ନାୟକଙ୍କ ସମେତ ପାଲା , ଦାସକାଠିଆ , ସଂକୀର୍ତ୍ତନ, ଘୋଡାନାଚ ଇତ୍ୟାଦି କଳାକାର ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ବୈଠକରେ ତିର୍ତ୍ତୋଲ ଅଞ୍ଚଳର ଶତାଧିକ କଳାକାର ଯୋଗଦେଇଥିଲେ।