
ନୂଆଦିଲ୍ଲୀ, ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ହେଉଛି ଆଖି, ନାକ, କାନ, ଦାନ୍ତ ଇତ୍ୟାଦି। ତେବେ ଦାନ୍ତ ବିନା ଆମେ କିଛି ଖାଇ ପାରିବୁ ନାହିଁ। ତେଣୁ ଦାନ୍ତର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। କିନ୍ତୁ ବେଳେବେଳେ ଦାନ୍ତର ଉପଯୁକ୍ତ ଯତ୍ନ ନ ନେଲେ ତାହା ପୁରା ଶରୀରକୁ କଷ୍ଟ ଦେଇଥାଏ। ଯାହାକୁ ଦାନ୍ତ ପୋକଖାଇଲା ବୋଲି କୁହାଯାଏ। ଏହି ସମୟରେ ଦାନ୍ତର ଯନ୍ତ୍ରଣା ଏପରି ଯେ ତାହା ସମ୍ଭାଳିବା କଷ୍ଟ ଦାୟକ। ତେବେ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ଆପଣ ଏହି ତିନୋଟି ଉପଚାର ମଧ୍ୟରୁ ଗୋଟିଏ କରିପାରିବେ।
1-ଯଦି କେହି ଦାନ୍ତ ପୋକଖାଇବାରୁ ଅସହ୍ୟ ଯନ୍ତ୍ରଣା ହୁଏ ତେବେ ସେହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ପୋକଡା ଦାନ୍ତରେ ଲବଙ୍ଗ ତେଲ ଲଗାନ୍ତୁ। ଦେଖିବେ ତାହା ଆପଣଙ୍କୁ ଆରମ ଦେବ।
2-ଫିଟିକିରି ମଧ୍ୟ ଆପଣଙ୍କ ଦାନ୍ତରେ ଥିବା କୀଟନାଶକକୁ ଦୂର କରିବାରେ ସାହାଯ୍ୟ କରିପାରିବ, ଏଥିପାଇଁ ଫିଟିକିରିକୁ ପ୍ରଥମେ ପାଉଡର କରନ୍ତୁ, ସେଥିରେ ଅଳ୍ପ ସୌନ୍ଧବ୍ୟ ଲବଣ ମିଶାଇ ଦାନ୍ତ ଘଷନ୍ତୁ।
3-କଳାଜୀରା ବ୍ୟବହାର ମଧ୍ୟ ଦାନ୍ତ ପୋକ ସମସ୍ୟାରୁ ମୁକ୍ତି ମିଳି ପାରିବ। ଯଦି ଆପଣଙ୍କର ଦାନ୍ତ ପୋକଖାଉଥାଏ ତେବେ କଞ୍ଚା କଳାଜୀରା ଚୋବାନ୍ତୁ, ଏପରି କରିବା ଦ୍ବାରା ଆପଣଙ୍କ ଦାନ୍ତ ପୋକଖିଆ କମିଯିବ।