ନୂଆଦିଲ୍ଲୀ, କୋଭଡି19 ଆଇନ ଉଲ୍ଲଂଘନ କରିଥିବାରୁ ଚାରିଜଣ ବିଧାୟକ ବର୍ତ୍ତମାନ ମାମଲା ଭିତରେ ଛନ୍ଦି ହୋଇପଡିଛନ୍ତି। ସେମାନେ ହେଲେ ଆମ ଆଦମୀ ପାର୍ଟିର ଚାରି ବିଧାୟକ। ଏହି ବିଧାୟକମାନେ ନୂଆଦିଲ୍ଲୀରେ ଏକ ବିକ୍ଷୋଭ କରିଥିଲେ ଯେଉଁଥିରେ କୋଭିଡ19 ଆଇନକୁ ପାଳନ କରାଯାଇ ନ ଥିଲା। ଏପରିକି ସେମାନେ ବିକ୍ଷୋଭ କରିବା ପାଇଁ ଦିଲ୍ଲୀ ପୋଲିସର ଅନୁମତି ମଧ୍ୟ ନେଇ ନ ଥିଲେ। ସେମାନଙ୍କୁ ପୋଲିସ ଅଟକାଇବାରୁ ବିକ୍ଷୋଭକାରୀମାନେ ଆକ୍ରମଣାତ୍ମକ କାର୍ଯ୍ୟ କରିଥିଲେ। ଫଳରେ କେତେକ ପୋଲିସ ଆହତ ହୋଇଥିବାର ଜଣାପଡିଛି।