ଗତ 24 ଘଣ୍ଟା ମଧ୍ୟରେ 49 ହଜାର 881 ନୂତନ ଆକ୍ରାନ୍ତ ଚିହ୍ନଟ, 517 ଜଣଙ୍କର ମୃତ୍ୟୁ

Published: Oct 29, 2020, 10:22 am IST

ନୂଆଦିଲ୍ଲୀ : ଦେଶରେ ଆଜି 80 ଲକ୍ଷ ପାର କରିଛି ମୋଟ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ 49 ହଜାର 881 ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ 517 ଜଣଙ୍କ ଜୀବନ ଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 80 ଲକ୍ଷ 40  ହଜାର 203କୁ ବୃଦ୍ଧି ପାଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା 1 ଲକ୍ଷ 20 ହଜାର 527 ଛୁଇଁଛି। ଦେଶରେ ମୃତ୍ୟୁହାର ରହିଛି 1.50%। ଏବେ ଦେଶରେ ଚିକିତ୍ସାଧୀନ ଅଛନ୍ତି 6 ଲକ୍ଷ 3 ହଜାର 687 ଜଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି 56 ହଜାର 480 ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା 73 ଲକ୍ଷ 15 ହଜାର 989କୁ ବୃଦ୍ଧି ପାଇଛି । ଏବେସୁଦ୍ଧା ଆରୋଗ୍ୟ ହାର ରହିଛି 90.99%। (ଏଜେନ୍ସି)

Related posts