ଭୁବନେଶ୍ୱର : ଜଣେ ଡ୍ରାଇଭରଙ୍କ ନାମରେ 28 କୋଟିର ଜିଏସଟି ଠକେଇ ଅଭିଯୋଗ ଆସିଛି । ଏନେଇ ଜିଏସଟି ବିଭାଗ ପକ୍ଷରୁ ରାଉରକେଲାର ଜନୈକ ଡ୍ରାଇଭରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। 28 କୋଟି 28 ଲକ୍ଷର ଠକେଇ ସହିତ 4 କୋଟିର ଫାଇନ ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି । ତେବେ ସେ ଏହା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ଡ୍ରାଇଭର ଜଣକ ପ୍ରକାଶ କରିଛନ୍ତି । ତାଙ୍କ ନାମ ବ୍ୟବହାର କରି ଆଉ କେହି ଏପରି ଠକେଇ କରିଛି ବୋଲି ଡ୍ରାଇଭର ଜଣକ କହିଛନ୍ତି ।