Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ ସର୍ଜରୀ ଦ୍ବାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି
ଆଜିର ଖବର

ସମ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ ସର୍ଜରୀ ଦ୍ବାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

October 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଯୋଡି ହେଲା ୯ ବର୍ଷର ବାଳକର କଟି ଯାଇଥିବା ଅଙ୍ଗୁଳି । ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମ୍ପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ବର୍ଣ୍ଣସ୍, ପ୍ଲାଷ୍ଟିକ୍ ଓ କସ୍ମେଟିକ୍ ସର୍ଜରୀ ବିଭାଗର ସର୍ଜନ ଡାକ୍ତର ସୁଶାନ୍ତ କୁମାର ମିଶ୍ରଙ୍କ ସଫଳ ଅସ୍ତ୍ରୋପଚାର ଯୋଗୁଁ ରିତିସର କଟା ଆଙ୍ଗୁଠି ଯୋଡି ହୋଇପାରିଛି । ଗତ ଅଗଷ୍ଟ ୩୧ ତାରିଖ ଦିନ ନିଜ ଘରର ଲୁହା ଗେଟଟିକୁ ବନ୍ଦ କରୁଥିବା ସମୟରେ ହଠାତ୍ ଗେଟ ଫାଙ୍କରେ ଡାହାଣ ହାତର ବିଶି ଆଙ୍ଗୁଠିଟି ପଶିଯାଇ ପାପୁଲିରୁ ସମ୍ପୁର୍ଣ୍ଣ ଅଲଗା ହୋଇଯାଇଥିଲା । ବାପା ରାମଚନ୍ଦ୍ର ବେହେରା ସଂଗେ ସଂଗେ କଷ୍ଟରେ ଜର୍ଜରିତ ଥିବା ପୁଅ ସହିତ କଟା ଅଙ୍ଗୁଳି ଟିକୁ ଧରି ଚିକିତ୍ସା ପାଇଁ କେତେକ ଘରୋଇ ହସ୍ପିଟାଲ୍କୁ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା ।

ଶେଷରେ ସେ ସମ୍ ହସ୍ପିଟାଲର ବର୍ଣ୍ଣସ୍, ପ୍ଲାଷ୍ଟିକ୍ ଓ କସ୍‌ମେଟିକ୍ ସର୍ଜରୀ ବିଭାଗକୁ ଚିକିତ୍ସା ନିମନ୍ତେ ପୁଅକୁ ଆଣିଥିଲେ । ଡଃ ସୁଶାନ୍ତ କୁମାର ମିଶ୍ରଙ୍କ ଅଧୀନରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଡଃ ମିଶ୍ରଙ୍କ ତତ୍ୱାବଧାନରେ ଏକ ୫ ଜଣିଆ ଟିମ୍ ବାଳକଟିର ଅଙ୍ଗୁଳିର ମାଇକ୍ରୋସର୍ଜରୀ ପଦ୍ଧତିରେ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ ବାଳକଟିର ଅଙ୍ଗୁଳି ସଂପୁର୍ଣ୍ଣ ଭାବେ ଯୋଡି ହୋଇଯାଇଛି । ଖୁବ୍ କମ୍ ଦିନ ମଧ୍ୟରେ ସେହି ହାତରେ ସ୍ୱାଭାବିକ ଭାବେ ବାଳକଟି ସମସ୍ତ କାର୍ଯ୍ୟ କରିପାରିବ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ କୁ ବୃଦ୍ଧି

March 17, 2026

ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

March 17, 2026
Latest News

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ କୁ ବୃଦ୍ଧି

March 17, 2026

ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

March 17, 2026

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.