
ବାଙ୍ଗିରିପୋଷି: ମହୁମାଛି ଆକ୍ରମଣରେ ଚାରିଜଣ ଗୁରୁତର ହୋଇଛନ୍ତି । ମୟୂରବଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ ଏହି ଘଟଣା ଘଟିଛି । ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ । ସେମାନଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।
Tags: ମହୁମାଛି