ରାଉରକେଲା: ଆପତ୍ତିଜନକ ସାମଗ୍ରୀ ଚାଲାଣ ବେଳେ ରାଉରକେଲାରେ ଉତ୍ତେଜନା ପ୍ରକାଶ ପାଇଛି।ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଆଜି ଭୋର ସମୟରେ ଏକ ସ୍କର୍ପିଓର ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ସ୍କର୍ପିଓରେ ଚାଲାଣ କରୁଥିବା ଜଣେ ମହିଳା ସମେତ ତିନିଜଣଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିବାର ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଟାଙ୍ଗରପାଲି ଥାନା ହେକେଡ୍ ରୋଡ୍ରେ ସ୍କର୍ପିଓଙ୍କୁ କିଛି ଦୁର୍ବୃତ୍ତ ଜାଳି ଦେଇଛନ୍ତି । ଉକ୍ତ ଗାଡ଼ିରେ ଜଣେ ମହିଳାଙ୍କ ସମେତ ତିନି ଜଣ ଥିଲେ। ଗାଡ଼ିରେ ଆପତ୍ତିଜନକ ସାମଗ୍ରୀ ଥିବା ଜାଣିବା ପରେ 10ରୁ 12 ଜଣ ଯୁବକ ବାଇକ୍ରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।