ବିଏମ୍ଏ‌ସିର କଡା ନିୟମ : ଏଣିକି ମାସ୍କ ନ ପିନ୍ଧିଲେ, ରାସ୍ତାରେ ମାରିବେ ଝାଡୁ

Published: Oct 30, 2020, 12:49 pm IST

ମୁମ୍ବାଇ:  ଦେଶରେ ଦୈନିକ ପ୍ରାୟ 50 ହଜାର କରୋନା ମାମଲାସାମ୍ନାକୁ ଆସୁଛି । ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହେଉଛି । କରୋନାକୁ ଦୃଷ୍ଟିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ଏଥିପାଇଁ କଡା ଜରିମାନା ମଧ୍ୟ ଆଦାୟ ହେଉଛି । ତେବେ ମୁମ୍ବାଇରେ ଏବେ ମାସ୍କ ନ ପିନ୍ଧିଲେ ରାସ୍ତା ସଫା କରିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି । ସାର୍ବଜନିକସ୍ଥାନରେ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ହେଉଛି । ଯେଉଁମାନେ ଜରିମାନା ଦେବାକୁ ଅସମର୍ଥ ହେବେ ସେମାନେ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ସଫା କରିବେ ବୋଲି ବିଏମ୍‌ସି ନିର୍ଦ୍ଦେଶ ଦେଇଛି । ସେହିପରି ଯେଉଁମାନେ ଲୋକାଲ୍‌ ଟ୍ରେନ୍‌ରେ ବିନା ମାସ୍କରେ ଯାତ୍ରା କରୁଥିଲେ ସେମାନଙ୍କଠାରୁ ମଧ୍ୟ କଡା ଜରିମାନା ଆଦାୟ କରାଯାଉଛି । ଅନ୍ଧେରୀ ଇଷ୍ଟ୍‌, ବାର୍ସେବା ଆଦି ଅଞ୍ଚଳରେ ମାସ୍କ ନ ପିନ୍ଧି କିଛି ଲୋକେ ରାସ୍ତା ଓଳାଇଥିବାର ଜଣାପଡିଛି । ତେବେ ଲୋକଙ୍କୁ ସଚେତନ କରିବା ପାଇଁ ବିଏମ୍‌ସିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନାଦେଇଛନ୍ତି ବିଏମସିର ଅତିରିକ୍ତ କମିଶନର ।

ସୂଚନାଯୋଗ୍ୟ,  ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ 16.5 ଲକ୍ଷ କରୋନା ମାମଲା ଆସିଥିବାବେଳେ 43ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି । ଏବେସୁଦ୍ଧା ମହାରାଷ୍ଟ୍ରରେ 1.27 ଲକ୍ଷ ସକ୍ରିୟ ମାମଲା ରହିଛି । (ଏଜେନ୍ସି)

Related posts