ଭୁବନେଶ୍ବର : ଓଡ଼ିଶାରେ କରୋନା ରି-ଇନ୍ଫେକ୍ସନ୍ ହେଉଛି। ଭୁବନେଶ୍ୱର ସ୍ଥିତ ଆଇଏଲ୍ଏସ୍ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି। ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଛି । ଦୈନିକ 1500 ପାଖାପାଖି ରହୁଛି। ଭୁବନେଶ୍ୱରରେ 100 ପାଖାପାଖି ପହଂଚିଛି। ପୂଜାରେ ବଢିବ ବୋଲି ଆଶଙ୍କା କରାଯାଉଥିଲା,ଲୋକଙ୍କ ସହଯୋଗ ଯୋଗୁଁ ଏହା କମିଛି,ତାଳମୁହାଁ ହେବାର ସ୍ଥିତି ଦେଖାଯାଇଛି। ଓଡ଼ିଶାରେ ବି ଇନଫେକ୍ସନ ହେଉଛି। କିନ୍ତୁ ବହୁତ କମ। ଆଇଏଲଏସରେ ଟେଷ୍ଟ ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ 3-4 ଜଣଙ୍କର ରି ଇଂଫେକ୍ସନ ହୋଇଛି। ଏହା ବିଷୟରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।