Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ଉଦଘାଟିତ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ଉଦଘାଟିତ

October 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Kevadia: Prime Minister Narendra Modi inaugurates the Arogya Van at Kevadia in Gujarat on Oct 30, 2020. Also seen Gujarat Governor Acharya Devvrat and Chief Minister Vijay Rupani. (Photo: IANS/PIB)

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି ।

ଆରୋଗ୍ୟ ବନ ଓ ଆରୋଗ୍ୟ କୁଟୀର

୧୭ ଏକର ପରିମିତ ଅଞ୍ଚଳରେ ଆରୋଗ୍ୟ ବନରେ ୩୮୦ ପ୍ରଜାତିର ପ୍ରାୟ ୫ ଲକ୍ଷ ଗଛ ରହିଛି । ଆରୋଗ୍ୟ କୁଟୀର ଏକ ପାରମ୍ପରିକ ଚିକିତ୍ସା ସୁବିଧା ଥିବା ସୁଧାର କେନ୍ଦ୍ର । ଏହା ଆୟୁର୍ବେଦ, ସିଦ୍ଧ, ଯୋଗ ଏବଂ ପଞ୍ଚକର୍ମ ଚିକିତ୍ସା ପଦ୍ଧତିରେ ସ୍ଵାସ୍ଥ୍ୟସେବା ଯୋଗାଇବ ।

ଏକତା ମଲ

ଦେଶର ଏକତା ଓ ବିବିଧତାର ପ୍ରତୀକ ଭାବେ ୩୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ସ୍ଥାପିତ ଏହି ମଲରେ ହସ୍ତକଳା ଓ ଦେଶର ପାରମ୍ପରିକ ସାମଗ୍ରୀମାନ ଉପଲବ୍ଧ ହେବ । ମାତ୍ର ୧୧୦ ଦିନ ମଧ୍ୟରେ ନିର୍ମିତ ଏହି ମଲରେ ୨୦ଟି ଏମ୍ପୋରିୟମ ରହିଛି ।

ଶିଶୁ ପୋଷଣ ଉଦ୍ୟାନ ଏବଂ ମିରର ମଜେ

ବିଶ୍ଵର ପ୍ରଥମ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଶିଶୁ ପୋଷଣ ଉଦ୍ୟାନ ୩୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି । ଉଦ୍ୟାନର ବିଭିନ୍ନ ସ୍ଥାନ ଯଥା ଫଳଶାକ ଗୃହମ, ପୟୋନଗରୀ, ଅର୍ଣ୍ଣପୂର୍ଣ୍ଣା, ପୋଷଣ ପୁରାଣ ଏବଂ ସ୍ୱାସ୍ଥ୍ୟ ଭାରତମ ଭଳି ବିଷୟବସ୍ତୁ ଉପରେ ଆଧାରିତ ସ୍ଥାନକୁ ବୁଲିବାକୁ ଯିବା ପାଇଁ ଏକ ପୋଷଣ ଟ୍ରେନର ମଧ୍ୟ ବ୍ୟବସ୍ଥା ରହିଛି । ମିରର ମଜେ ଓ ୫ ଡି ଭର୍ଚୁଆଲ ଥିଏଟର ଭଳି ଶୈକ୍ଷିକ କାର୍ଯ୍ୟକଳାପ ଜରିଆରେ ଏହା ପୋଷଣ ସଚେତନତା ବୃଦ୍ଧି କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Latest News

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026

ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଚାରପତି ଶତ୍ରୁଘନ ପୂଜାହାରୀ 

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.