ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ଦେଶରେ 48 ହଜାର 268ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 551 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 21 ହଜାର 641କୁ ବୃଦ୍ଧି ।ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 81 ଲକ୍ଷ 37 ହଜାର 119କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 5 ଲକ୍ଷ 82 ହଜାର 649 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 74 ଲକ୍ଷ 32 ହଜାର 829 ରହିଥିବାର ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।
ଦୀର୍ଘ ସମୟ ପରେ ଗତ 24 ଘଣ୍ଟା ମଧ୍ୟରେ ଝାଡଖଣ୍ଡରେ ଗୋଟିଏ ବି କରୋନା ଜନିତ ମୃତ୍ୟୁ ହୋଇନାହିଁ । ରାଜ୍ୟରେ ମୃତକଙ୍କ ସଂଖ୍ୟା ସ୍ଥିର ରହିଛି । ଝାଡଖଣ୍ଡରେ 883ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ନୂତନ 323 ମାମଲା ସାମ୍ନାକୁ ଆସିଛି । ଝାରଖଣ୍ଡରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 101287 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 95208 ରହିଛି । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ 50 ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବାର ସୂଚନା ଦେଇଛି ଆଇଏମ୍ଆରସି । (ଏଜେନ୍ସି)