ମଧ୍ୟପ୍ରଦେଶ : ଜଣେ ବ୍ୟକ୍ତି ପୋଷା କୁକୁରର ମୃତ୍ୟୁରେ ମ୍ରିୟମାଣ ହୋଇ ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ପୋଷା କୁକୁରଟି ଘରୁ ଦୁଇ ଦିନ ହେବ ନିଖୋଜ ରହିଥିଲା । ଏହାପରେ କୁକୁରଟି ମରିଯାଇଥିବାର ସୂଚନା ମିଳିଥିଲା । ପ୍ରିୟ ପୋଷା କୁକୁରର ଦୁଃଖଦ ମୃତ୍ୟୁରେ ମ୍ରିୟମାଣ ହୋଇ ବ୍ୟକ୍ତିଜଣ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି ।
ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ଜିଲ୍ଲାରେ ଏପରି ଏକ ଘଟଣା ଘଟିଥିବାର ସୂଚନା ରହିଛି । ଛିନ୍ଦଓ୍ବାଡାର କୋତଓ୍ବାଲୀ ଥାନା ଅଞ୍ଚଳର ସୋନପୁରୀରେ ସୋମଦେବ ନାମ ଜଣେ ବ୍ୟକ୍ତି ନିଜ ପୋଷା କୁକୁରର ମୃତ୍ୟୁକୁ ସହଜରେ ଗ୍ରହଣ କରି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ପୋଷା କୁକୁରର ମୃତ୍ୟୁର ଦୁଇ ଦିନ ପରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।