ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ବିଜେଡିର କର୍ମୀ ସମ୍ମିଳନୀ ଓ ରୋଡ୍ ସୋ ପ୍ରଚାରକୁ ଯୋରଦାର କରାଯାଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ଜଗନ୍ନାଥପୁର ଠାରୁ ବିଜେଡିର ଏକ ବିଶାଳ ରାଲି ଜଗନ୍ନାଥପୁର ପଞ୍ଚାୟତ ପରିକ୍ରମା କରିବା ପରେ ଇବ୍ରିସିଂ ପଞ୍ଚାୟତ ପରିକ୍ରମା କରିବା ସହିତ ମଧ୍ୟାହ୍ନରେ ଗରାମ ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତିର୍ତ୍ତୋଲ ବ୍ଲକ୍ ସଭାପତି ଗଙ୍ଗାଧର ବିଶ୍ୱାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ମହାକାଳପଡ଼ା ବିଧାୟକ ତଥା ତିର୍ତ୍ତୋଲ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ମୁଦୁଲି ,ଅତାବିରା ବିଧାୟୀକା ସ୍ନେହାଙ୍ଗିନି ଛୁରିଆ ,ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ପର୍ଯ୍ୟବେକ୍ଷିକା ସବିତା ମହାପାତ୍ର, ପର୍ଯ୍ୟବେକ୍ଷକ ହିରଣ୍ୟ ପଣ୍ଡା, ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ସର୍ବାଧିକ ଭୋଟରେ ବିଜୟୀ କରିବା ପାଇଁ ଆହ୍ବାନ ଦେଇଥିଲେ।
ଏହି କର୍ମୀ ସମ୍ମିଳନୀ ପୁର୍ବରୁ ଜଗନ୍ନାଥପୁର ଓ ଇବ୍ରିସିଂ ପଞ୍ଚାୟତରେ ଅନୁଷ୍ଠିତ ଏକ ବିଶାଳ ରାଲିରେ ଅତନୁ ସବ୍ୟସାଚୀ ନାୟକଙ୍କୁ ଛାଡି ଉପରୋକ୍ତ ସମସ୍ତ ଅତିଥିମାନେ ଯୋଗଦେଇଥିଲେ। ଗରାମ ପଞ୍ଚାୟତ କର୍ମୀ ସମ୍ମିଳନୀ ପରେ ଉକ୍ତ ଅତିଥି ମାନେ ପଟିଲୋ ପଞ୍ଚାୟତର ଏକ ରୋଡ୍ ସୋ ରେ ଯୋଗଦେଇଥିଲେ। ଏଥିରେ ସୋରଡା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ, ପାରାଦ୍ଵୀପ ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ଯୁବନେତା ତପନ ମହାନ୍ତି, ଇବ୍ରିସିଂ ସରପଞ୍ଚ ବେଦଶ୍ରୀ ବନ୍ଦନା ଦାସ, ପଟିଲୋ ସରପଞ୍ଚ ଚିତ୍ତରଞ୍ଜନ ରଥ, କଟରା ସମିତି ସଭ୍ୟ ବାଇଧର ବଳ, ସରପଞ୍ଚ ସିତିକଣ୍ଠ ସ୍ୱାଇଁ, ଯୁବନେତା ଯଶୋବନ୍ତ ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରସନ୍ନ କୁମାର ମଲ୍ଲିକ, ରାଜ୍ୟ କୃଷକ ସାମୁଖ୍ୟର ଯୁଗୋଳ କିଶୋର ନାୟକଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ।