Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଦେଶରେ ବଦଳୁଛି କେତେକ ନିୟମ, ଜାଣନ୍ତୁ କ’ଣ କ’ଣ
ଆଜିର ଖବର

ଆଜିଠାରୁ ଦେଶରେ ବଦଳୁଛି କେତେକ ନିୟମ, ଜାଣନ୍ତୁ କ’ଣ କ’ଣ

November 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଲପିଜି ସିଲିଣ୍ଡର
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧି କଲେ ଏଲପିଜି ସିଲିଣ୍ଡର ପାଇଁ ବୁକିଂ ଅବଧି  

ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ବଦଳିବାକୁ ଯାଉଛି କେତେକ ନିୟମ। ନୂତନ ନିୟମଗୁଡିକ ସିଧାସଳଖ ଆମ୍‌ଆଦମୀର ଜୀବନ ଓ ପକେଟ ଉପରେ ପଡିବ । ଆଜିଠାରୁ ଗ୍ୟାସ୍‌ ବୁକିଂ ଠାରୁ ଆରମ୍ଭ କରି ବ୍ୟାଙ୍କ ଚାର୍ଜରେ ପରିବର୍ତ୍ତନ ସହ ରେଳ ସମୟ ସାରଣୀ କ୍ଷେତ୍ରରେ ଲାଗୁହେବ ନୂଆ ନିୟମ।

ଆଜିଠାରୁ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି ଓ ବୁକିଂ ପ୍ରକ୍ରିୟା ବଦଳୁଛି ।  ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କ ପାଇଁ ଡେଲିଭରି ଅ‌ଥେଣ୍ଟିକେସନ୍‌ ‌କ‌ୋଡ୍‌(ଡିଏସି) ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଗ୍ରାହକ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି ପାଇଁ ଏକ ଓଟିପି ନମ୍ବର ପାଇବେ। ସିଲିଣ୍ଡର ଡେଲଭରୀ ସମୟରେ ଏହି ଓଟିପି ନମ୍ବର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ସିଲିଣ୍ଡର ହୋମ୍‌ ଡେଲିଭରି ନେବା ସମୟରେ ଗ୍ରାହକ ପ୍ରଥମେ‌ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଏକ କୋଡ୍‌ ପାଇବେ। ଯେତେବେଳେ ଗ୍ରାହକ ଓଟିପି ନମ୍ବର ‌ସୁନିଶ୍ଚିତ କରିବେ ସେ‌‌ତବେଳେ ତାଙ୍କ ନିକଟରେ ସିଲିଣ୍ଡର ଡେଲିଭରି ହୋଇଯିବ ।

ଇଣ୍ଡେନ୍‌ ଗ୍ୟାସ୍‌ର ଗ୍ରାହକମାନେ ଆଜିଠାରୁ ନିଜ ପୁରୁଣା ନମ୍ବରରେ ଗ୍ୟାସ୍‌ ବୁକିଂ କରିପାରିବେ ନାହିଁ । ଇଣ୍ଡେନ୍‌ ନିଜ ଏଲ୍‌ପିଜି ଗ୍ରାହକଙ୍କପାଇଁ ପଞ୍ଜିକୃତ ମୋବାଇଲ ନମ୍ବରରେ ଗ୍ୟାସ୍‌ ବୁକ୍‌ କରିବାପାଇଁ ନମ୍ବର ଦେବ । ଯାହାଫଳରେ ଦେଶ ସାରା ଇଣ୍ଡେନଗ୍ୟାସ୍‌ ଉପଭୋକ୍ତାମାନେ ଏଲ୍‌ପିଜି ସିଲିଣ୍ଡର ବୁକିଂ ପାଇଁ ଗୋଟିଏ ନମ୍ବରରେ କଲ୍‌ ବା ମେସେଜ୍‌ କରିପାରିବେ । ସେହି ନମ୍ବରଟି ହେଉଛି 7718955555 ।

ନଭେମ୍ବର 1ତାରିଖରୁ ବ୍ୟାଙ୍କରେ ଟଙ୍କା ଜମା କରିବାଠାରୁ ଟଙ୍କା ଉଠାଇବା କ୍ଷେତ୍ରରେ ମଧ୍ୟ ନୂତନ ନିୟମ ଲାଗୁ ହୋଇଛି । ଟଙ୍କା ଡିପୋଜିଟ୍‌ ଓ ଉଠାଣ ପାଇଁ ଏଣିକି ଶୁଳ୍କ ଦେବାକୁ ପଡିବ । ବ୍ୟାଙ୍କ ଅଫ୍‌ ବଡୋଦା ଆଜିଠାରୁ ଏହି ନୂତନ ନିୟମ ଲାଗୁ କରିଛି । ତେବେ ଜନଧନ ଖାତା ଧାରକ ପାଇଁ ଏହି ନିୟମରେ କୋହଳ କରାଯାଇଛି । ଏହି ଖାତାଧାରକମାନଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ । କିନ୍ତୁ ଉଠାଣ ପାଇଁ ଦେବାକୁ ପଡିବ ।

ସେହିପରି ଏସ୍‌ବିଆଇ ବ୍ୟାଙ୍କରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏସ୍‌ବିଆଇରେ ଥିବା ସେଭିଂ ଆକାଉଣ୍ଟରେ କମ୍‌ ସୁଧ ମିଳିବ। ଏହା ସହିତ 1 ଲକ୍ଷ ଟଙ୍କାର ସେଭିଂ ଆକାଉଣ୍ଟ ଉପରେ ସୁଧ ହାର 0.25 ପ୍ରତିଶତର ହ୍ରାସ ହୋଇ ହେବ 3.25 ହୋଇଛି ।  ସେହିପରି ପଚାଶ କୋଟିରୁ ଅଧିକ ଟର୍ଣ୍ଣଓଭର ପାଇଁ ବ୍ୟବସାୟୀଙ୍କୁ ଡିଜିଟାଲ୍‌ ପେମେଣ୍ଟ ବାଧ୍ୟତାମୂଳକ କରାଯାଇଛି ।

ନଭେମ୍ବର 1 ତାରିଖରୁ ଭାରତୀୟ ରେଳ ସେବା ସାରା ଭାରତ ବର୍ଷରେ ଟ୍ରେନ୍‌ର ସମୟ ସାରଣୀରେ ପରିବର୍ତ୍ତନ କରିଛି । 13 ହଜାର ପ୍ୟାସେଞ୍ଜର ଟ୍ରେନ୍‌ ଓ 7 ହଜାର ମାଲଗାଡିଙ୍କ ସମୟକୁ ପରିବର୍ତ୍ତନ କରାଯାଇଛି । ଦେଶରେ ଚାଲୁଥିବା 30 ରାଜଧାନୀ ଟ୍ରେନର ସମୟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଦେଶରେ ସରକାରୀ ତୈଳ କମ୍ପାନୀଙ୍କ ଦ୍ବାରା ପ୍ରତ୍ୟେକ ମାସରେ ପ୍ରଥମ ତାରିଖରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର୍‌ର ମୂଲ୍ୟ ନିର୍ଦ୍ଧାରିତ ହେବ । (ଏଜେନ୍ସି)

banking LPG
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.