ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଉଭୟ ନିର୍ବାଚନ ମଣ୍ଡଳୀକୁ ପୋଲିଂ ପାର୍ଟି ପଠାଯାଇ ସାରିଥିବା ସୂଚନା ମିଳିଛି ।ଆଜି ସନ୍ଧ୍ୟା 6ଟା ପରେ ଉଭୟ ଆସନରେ ନିର୍ବାଚନ ପ୍ରଚାର ବନ୍ଦ ହେବ । ସନ୍ଧ୍ୟା 6ଟା ପରେ ବାହାର ଲୋକଙ୍କୁ ବାଲେଶ୍ୱର ଓ ତିର୍ତ୍ତୋଲ ଯିବା ମନା । ବାଲେଶ୍ୱରରେ 346 ଓ ତିର୍ତ୍ତୋଲରେ 373ଟି ବୁଥ ହୋଇଛି । ବାଲେଶ୍ୱରରେ 1800 ଓ ତିର୍ତ୍ତୋଲରେ 1900 କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଚାର ବେଳେ କୋଭିଡ ନିୟମ ଭାଙ୍ଗ ଅଭିଯୋଗରେ 52ଟି ମାମଲା ରୁଜୁ ହୋଇଛି ।
ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ପାଇଁ ପ୍ରଚାର ଶେଷ । ସଂଧ୍ୟା 6ଟା ପୂର୍ବରୁ ଅଣ ଭୋଟରମାନଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦେଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାସହ ନଭେମ୍ବର 3ରେ ଭୋଟ ପଡିବାକୁ ଥିବା ବେଳେ କରୋନା କଟକଣା ଭିତରେ ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ।