
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇଦିନ ମଧ୍ୟରେ ଦୁଇଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଖବର ଗଂଜାମବାସୀଙ୍କୁ ଆତଙ୍କିତ କରିଥିôବାବେଳେ ଆଜି କିନ୍ତୁ କାହାରି ମୃତ୍ୟୁ ହୋଇନଥିବାରୁ ଲୋକେ ଆଶ୍ୱସ୍ତି ଅଛନ୍ତି। ଗତକାଲି ୩୫୦୭ ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୯ ଜଣ ନୂତନ ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି। ସମୁଦାୟ ୫୪୭୫୬୯ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ୯୮.୨ ପ୍ରତିଶତ ସୁସ୍ଥତା ହାର ରହିଛି। ଆଜି ମଧ୍ୟ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ମଧ୍ୟରେ ୧୭ ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ଆଜି ମଧ୍ୟ ସର୍ବାଧିକ ବ୍ରହ୍ମପୁର ମହାନଗର ନିଗମରେ ୭ ଜଣ ସ୍ଥାନୀୟ ଏବଂ ଜଣେ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି।
ଆସିକା ବ୍ଳକ୍, ହିଂଜିଳିକାଟୁ, କୁକୁଡ଼ାଖଣ୍ଡି, ପାତ୍ରପୁର, ଅନ୍ୟାନ୍ୟ ସ୍ଥାନରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗଂଜାମ ବ୍ଳକ୍ରୁ ୨, ରଙ୍ଗେଇଲୁଣ୍ଡାରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗଂଜାମରେ ୨୧୧୮୮ ଜଣ ସଂକ୍ରମିତ ହୋଇଥିବାବେଳେ ସେଥିରୁ ଆଜିର ୨୩ ସୁସ୍ଥକୁ ମିଶାଇ ୨୦୮୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩୦ ଜଣ ଘରେ ଏବଂ ବିଭିନ୍ନ ମେଡ଼ିକାଲ୍ରେ ଚିକିତ୍ସିତ ହେଉଥିବାବେଳେ ୨୩୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।