ଭୁବନେଶ୍ବର, ଓଡିଶାରେ ଦୁଇଟି ବିଧାନସଭା କ୍ଷେତ୍ରରେ ଚାଲିଥିବା ମତଦାନରେ ବାଲେଶ୍ବର ସଦରରେ ସର୍ବାଧିକ ମତଦାନ ହୋଇଛି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା ୨୭.୬ ପ୍ରତିଶତ ମତଦାନ ହୋଇଥ୍ବାର ଜଣାପଡିଛି। ସେହିପରି ତିର୍ତ୍ତୋଲରେ ଏହି ରାଉଣ୍ଡରେ ମାତ୍ର ୨୪.୯୩ ପ୍ରତିଶତ ହୋଇଛି। ତେବେ ଏହି ଭୋଟ ହାର ଧିରେ ଧିରେ ବୃଦ୍ଧି ପାଉଛି।
ବର୍ତ୍ତମାନ ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଥିବାର ଜଣାପଡିଛି। କରୋନା ପାଇଁ ମତଦାତାଙ୍କୁ ସୁରକ୍ଷିତ ଭାବେ ଭୋଟ ଦେବା ପାଇଁ ନିଆଯାଉଛି। ଥର୍ମାଲ ସ୍କାନିଂ ସହିତ ସାନିଟାଇଜେସନ କରାଯାଉଛି। ଏଥିପାଇଁ ଆଶାକର୍ମିଙ୍କୁ ନିଯୁକ୍ତି ଦିଆଯାଇଛି।