ପାଲଲହଡା: ଟ୍ରକ ସହ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଧକ୍କା। ଏଥିରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ଆଜି ସକାଳୁ ଏହି ଦୁର୍ଘଟଣା ଘଟିଥିଲା। ଜନନୀ ଏକ୍ସପ୍ରେସ ରୋଗୀ ଆଣିବାକୁ ତେଲକୋଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।