ଭୁବନେଶ୍ବର, ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କର ଆଜି ସକାଳେ କରୋନାରେ ପରଲୋକ ଘଟିଛି। ସେ ବହୁଦିନ ତଳେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ପରବର୍ତ୍ତି ସମୟରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ସେ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଆସି ନ ଥିଲା। ଫଳରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ ଜଣେ ସଚ୍ଚୋଟ ରିପୋର୍ଟରେ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ମୁଖ୍ୟତଃ କ୍ରାଇମ ସଂପର୍କିତ ଖବରରେ ତାଙ୍କର ନେଟୱର୍କ ବେଶ ସୁଦୃଢ।
ପ୍ରବୀର ଧରିତ୍ରୀ ରେ ଜଣେ କ୍ରାଇମ ରିପୋର୍ଟର ଭାବେ କାର୍ଯ୍ୟ କରିବା ପରେ ସେ ଇଟିଭି ଓଡିଆରେ ଯୋଗ ଦେଇଥିଲେ। ଏହାପର ଠାରୁ ସେ ଦୀର୍ଘ ଦିନ ଧରି ସେହି ଚ୍ୟାନେଲ ଯାହା ପରବର୍ତ୍ତି ସମୟରେ ନ୍ୟୁଜ 18 ଓଡିଆ ହୋଇଛି କାମ କରୁଥିଲେ। ନିକଟରେ ତାଙ୍କର ବାପାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ସ୍ତ୍ରୀ ଏବଂ ପାଞ୍ଚ ବର୍ଷର ଝିଅଟିଏ ଅଛି। ତାଙ୍କର ଅକାଳ ବିୟୋଗ ଓଡିଶା ଗଣମାଧ୍ୟମ ଜଗତ ନୁହେଁ ପୋଲିସ ବିଭାଗ ଏବଂ ରାଜନୈତିକ ସ୍ତରରେ ଶୋକର ଛାୟା ଖେଳିଯାଇଛି।