ଭାଗଲପୁର : ବିହାରର ଭାଗଲପୁର ଜିଲ୍ଲାର ନବଗାଛିଆର ତିନ୍ଟଙ୍ଗା କରାରୀ ଗଙ୍ଗା ଘାଟ ନିକଟରେ ଏକ ଡଙ୍ଗା ଓଲଟି ପଡିବାରୁ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ପ୍ରାୟ 50ରୁ ଅଧିକ ଲୋକ ଯାତ୍ରା କରୁଥିବାବେଳେ ଏହି ଯାତ୍ରୀଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ୍ ରହିଥିଲେ । ତେବେ 30 ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଲରେ ଗୋପାଲପୁର ପୋଲିସ୍ ଓ ଜିଲ୍ଲା ପ୍ରଶାସନିକ ଅଧିକାର ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଏସ୍ଡିଆରଏଫ୍ର ଟିମ୍ ନିଖୋଜଙ୍କୁ ଖୋଜିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଯୁଦ୍ଧକାଳୀନ ଭିତରେ ଉଦ୍ଧାର କାର୍ଯ୍ୟ କରାଯିବା ସହ ନିଖୋଜଙ୍କୁ ଖୋଜା ଚାଲିଛି । ସୂଚନାଯୋଗ୍ୟ, ଏହି ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଚାଷୀ ଓ ଶ୍ରମିକ ଥିଲେ, ସେମାନେ ମକା ବୁଣିବା ପାଇଁ ଡଙ୍ଗାରେ ଯାଉଥିଲେ । (ଏଜେନ୍ସି)