
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣ ବୃଦ୍ଧି ହୋଇଛି । ଆଜି ମଧ୍ୟ ହାତୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ହୋଇଛି । ରାଇରଙ୍ଗପୁରରେ ଜଣେ ଏବଂ ବଣାଇରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରାଇରଙ୍ଗପୁର ମଣଦା ରେଞ୍ଜ୍ ଆହ୍ଲାପାଣି ଜଙ୍ଗଲରେ ବୃଦ୍ଧ ମୃତ ହୋଇଛି । ଜଙ୍ଗଲକୁ ଝୁଣା ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଧାନ ଜଗିବାକୁ ବିଲ ଯାଇଥିବାବେଳେ ହାତୀ ଦଳି ମାରିଲା ।
Tags: ହାତୀ ଆକ୍ରମଣ