Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଜନ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ କଥା, ଜୀବନରେ କେବେ ବି ରହିବନି ଧନର ସମସ୍ୟା
ଆଜିର ଖବର

ଭୋଜନ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ କଥା, ଜୀବନରେ କେବେ ବି ରହିବନି ଧନର ସମସ୍ୟା

November 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆମର ଖାଇବା ଶୈଳୀ ଆମର ଆଚରଣକୁ ଦର୍ଶାଇଥାଏ । ଭୋଜନକୁ ସମ୍ମାନ ସହ ଓ ଶ୍ରଦ୍ଧାର ସହ ଗ୍ରହଣ କରିବା ଉଚିତ୍‌ । କାରଣ ଶାସ୍ତ୍ରରେ ଅନ୍ନକୁ ଦେବତାଙ୍କ ସ୍ଥାନ ଦିଆଯାଇଛି । ଭୋଜନ ପୂର୍ବରୁ କିଛି ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ । ଯେଉଁ ବ୍ୟକ୍ତି ଏହି ସମସ୍ତ ନିୟମର ପାଳନ କରିଥାଏ, ସେ ସର୍ବଦା ସୁସ୍ଥ ରହିବା ସହିତ ତାଙ୍କ ଉପରେ ଦେବତା ପ୍ରସନ୍ନ ରହିଥାନ୍ତି । ହିନ୍ଦୁ ଧର୍ମରେ ଅନ୍ନଙ୍କୁ ଦେବତାଙ୍କର ସ୍ଥାନ ଦିଆଯାଇଛି। ଏବଂ ତାଙ୍କର ଅନାଦାର ଅନସ୍ବୀକାର୍ଯ୍ୟ ।

ଯେଉଁ ବ୍ୟକ୍ତି ମୁହଁ – ହାତ ନ ଧୋଇ ତଥା ଅସନା ଜାଗାରେ ବସି କରି ଭୋଜନ କରେ, ସେ ସର୍ବଦା ଖରାପ ଆର୍ଥିକ ସ୍ଥିତିରେ ଗତି କରେ । ତା’ ପାଖେ ସର୍ବଦା ଅନ୍ନର ଅଭାବ ପରିଲକ୍ଷିତ ହେବା ସହିତ ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିଥାଏ । ତେଣୁ ସର୍ବଦା ଭୋଜନ ଗ୍ରହଣ ପୂର୍ବରୁ ମୁହଁ ହାତ ଧୋଇ ଭୋଜନ କରିବା ଉଚିତ୍‌ । ସେହିପରି ଭୋଜନ ସର୍ବଦା ପରିଷ୍କାରରେ ସ୍ଥାନରେ କରିବା ଉଚିତ୍‌ ।

ସେହିପରି ଯେଉଁ ବ୍ୟକ୍ତି ସ୍ନାନ ପରେ ଭୋଜନ କରେ, ସେ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରରେ ରହିବା ସହିତ ତା’ ସହିତ ସର୍ବଦା ଭଲ ହୋଇଥାଏ ।

ବିଛଣାରେ ବା ଚୌକି, ସୋଫାରେ ବସି କରି ଭୋଜନ ଗ୍ରହଣ କରିବାକୁ ଧାର୍ମିକ ଦୃଷ୍ଟିରୁ ଭୁଲ୍‌ ବୋଲି ବିବେଚନା କରାଯାଏ । ଏହି ମୁଦ୍ରାରେ ବସି ଖାଇବା ଦ୍ବାରା ଆମର ଭୋଜନ ଭଲ ରୂପେ ପାଚନ ହୋଇପାରେ ନାହିଁ । ଏହାର ପୋଷକ ତତ୍ତ୍ବ ଆମ ଶରୀରକୁ ମିଳିପାରିନଥାଏ । ତଳେ ବସି ଆରାମରେ ଚକା ପକାଇ ଭୋଜନ ଗ୍ରହଣ କରିବା ଦ୍ବାରା ଏହା ଶୀଘ୍ର ହଜମ ହୋଇଥାଏ, ଏବଂ ଏହା ଦ୍ବାରା ଆମର ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହିଥାଏ ।

Can eating rice prevent obesity? | Philstar.com

ସେହିପରି କେଉଁ ଦିଗକୁ ମୁହଁ କରି ଭୋଜନ ଗ୍ରହଣ କରିବା, ତାହା ସମ୍ପର୍କରେ ମଧ୍ୟ ଆମ ଶାସ୍ତ୍ରରେସୂଚନା ଦିଆଯାଇଛି । ଭୋଜନ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଖାଇବା ଉଚିତ୍‌ । ଏହା ଦ୍ବାରା ମନୁଷ୍ୟର ଆୟୁ ଓ ଧନ ବଢିଥାଏ । ତେବେ ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଦ୍ବାରା ପ୍ରେତତ୍ବ ପ୍ରାପ୍ତି ହୋଇଥାଏ । ପଶ୍ଚିମ ଆଡକୁ ମୁହଁ କରି ଖାଇଲେ ମନୁଷ୍ୟ ସର୍ବଦା ରୋଗୀ ରହିଥାଏ ।

ଧନର ସମସ୍ୟା ଭୋଜନ
Share. Facebook Twitter LinkedIn Email WhatsApp Copy Link

Related Posts

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025

ସାଗରମାଲା କାର୍ଯ୍ୟକ୍ରମ ଅଧିନରେ ନିର୍ମାଣାଧୀନ ରହିଛି ୫.୮ ଲକ୍ଷ କୋଟି ମୂଲ୍ୟର ୮୪୦ଟି ପ୍ରକଳ୍ପ 

December 16, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025
Latest News

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025

ସାଗରମାଲା କାର୍ଯ୍ୟକ୍ରମ ଅଧିନରେ ନିର୍ମାଣାଧୀନ ରହିଛି ୫.୮ ଲକ୍ଷ କୋଟି ମୂଲ୍ୟର ୮୪୦ଟି ପ୍ରକଳ୍ପ 

December 16, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.